Breaking News

୧୩ ତମ ବାର୍ଷିକ ରାମ ଚରିତ ମାନସ ପାରାୟଣ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମବାସୀଙ୍କ ସହଯୋଗରେ ମା ଜାଗେଶ୍ୱରୀ ଦେବୀଙ୍କ ପୀଠରେ ୧୩ ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ପରାୟଣ ତିନିଦିନ ଧରି ଅନୁଷ୍ଠିତ ହୋଉଛି  । ଏଥିରେ ପୁରୋହିତ ଭାବେ ଜିତୁ ଆଚାର୍ଯ୍ୟ ରହିଛନ୍ତି । କର୍ତ୍ତା ଭାବରେ ମହେନ୍ଦ୍ର ଖଟେଇ ରହିଛନ୍ତି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ରାମଚରିତ ମାନସ ପରାୟଣରେ ୩୦ ଜଣ ମହିଳା ପୁରୁଷ ଘଟ ବୁଡାଇଛନ୍ତି । ସ୍ରୋତିୟ ବାହ୍ମଣଙ୍କ ଦ୍ୱାରା ଘଟ ପାଣି ମନ୍ତ୍ରଦ୍ୱାରା ପବିତ୍ର କରାଯିବା ପରେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ଠାରେ ପହଞ୍ଚିଥିଲା  । ଏହି ତିନିଦିନ ଧରି ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ବସିବା ସହ ଦୀପ ପ୍ରଜ୍ଜଳନ କରାଯାଇଛି । ବ୍ୟାସ ଭାବରେ ସନ୍ତୋଷ କୁମାର ବାହିନିପତି ରହିଛନ୍ତି । ଭାରତୀ ଚମ୍ପତ୍ତି, ରାମଚନ୍ଦ୍ର ଚମ୍ପତ୍ତି, ଗୋପିନାଥ ଖଟୋଇ, ଚନ୍ଦନ ଚମ୍ପତ୍ତି ପ୍ରମୁଖ ବ୍ରତୀ ଭାବେ ରହିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts