ଡେଲାଙ୍ଗ---- ଡେଲାଙ୍ଗ ଗାଦିବ୍ରହ୍ମ କଲେଜର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଦେବାଶିଷ ରାୟଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତ ହୋଇ ମୃତ୍ୟୁ ହୋଇଯାଇଛି । ସେ ଡେଲାଙ୍ଗ ହାଟ ମେଳଣ ପଡିଆ ଠାରେ ଏକ ଘର କରି ରହୁଥିଲେ । ତାଙ୍କର ନିଜ ଜନ୍ମସ୍ଥାନ ମୁନିନ୍ଦା ଗ୍ରାମ ପଞ୍ଚାୟତ ଚାନ୍ଦୋଳ ଗ୍ରାମର । ଗୁରୁବାର ରାତିରେ ଶୋଇଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ତୀଙ୍କୁ କହିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡେଲାଙ୍ଗ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ଡେଲାଙ୍ଗ ଅଞ୍ଚଳରେ ପ୍ରସାର ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଅଶୋକ ପ୍ରଧାନ, ଗାଦିବ୍ରହ୍ମ କଲେଜର ଅଧ୍ୟକ୍ଷ ଡ, ସରୋଜ କୁମାର ପଣ୍ଡାଙ୍କ ସହିତ ଅଧ୍ୟାପକ , ଅଧ୍ୟାପିକା, କଲେଜର କର୍ମଚାରୀ , ସାଥୀ, ଛାତ୍ର ,ଛାତ୍ରୀ.ଅବିଭାବକ ,ରାଜନେତା ବିଭିନ୍ନ ଗଣପତିନିଧି ଶ୍ରୀ ରାୟଙ୍କୁ ଶେଷ ଦର୍ଶନ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ, ମିଷ୍ଟଭାଷୀ, ପରୋପକାରୀ , ସାମଜସେବୀ ଭାବେ ସେ ଡେଲାଙ୍ଗ ଅଞ୍ଚଳରେ ବୁଲୁ ସାରେ ବୋଲି ପରିଚିତ ଥିଲେ । ତାଙ୍କ ଆକସ୍ମିକ ମୃତ୍ୟୁରେ ଡେଲାଙ୍ଗରେ ଶୋକରଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେହିପରି ବେନୁପଡା ଗ୍ରାମର ପୂର୍ବତନ ସରପଞ୍ଚ ତଥା ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟଙ୍କ ବାପା ନରେନ୍ଦ୍ର ରାଉତରାୟଙ୍କର ବାର୍ଦ୍ଧ୍ୟକ ଜନିତରେ ମୃତ୍ୟୁ ହୋଇଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି