Breaking News

ଆଶା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଲେ ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀ

 ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ନୂଆସୋମେଶ୍ୱରପୁର ଗ୍ରାମ ପଞ୍ଚାୟତରେ ଆଶା ଚୟନରେ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ ଓ ୱାଡ ସଭ୍ୟ ସଭ୍ୟା ମାନେ  । ସେମାନେ ଏକ ଅଭିଯୋଗ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ କରିଥିବା ଜଣାପଡିଛି । ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ଆଶା ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ସଠିକ ଭାବରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାରାଯାଇ ନାହିଁ  । ଯେଉଁ ରାଜସ୍ୱ ଗ୍ରାମରେ ଆଶା ପଦବୀ ନିଯୁକ୍ତି କରାଯାଇଛି ସେହି ୱାର୍ଡ ସଭ୍ୟ ମାନେ ଜାଣି ନାହାନ୍ତି ବୋଲି ଲିଖିତ ଭାବରେ ଅଭିଯୋଗ କରିଛନ୍ତି  ।  ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ କିଛି ଅର୍ଥ ନେଇକି ଆଶା ପଦବୀରେ ଜଣଙ୍କୁ ନିଯୁକ୍ତି କରିଥିବା ଜଣାପଡିଛି । ଏଥିରେ ସ୍ଥାନୀୟ ସରପଞ୍ଚ  ଜଡିତ ଥିବାର ଅଭିଯୋଗ ହୋଇଛି  । ଏଣୁ ଆଉଥରେ ଆଶା ଚୟନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତଙ୍କ ମତାମତକୁ ନେଇ ଆଶା ନିଯୁକ୍ତି କରାଗଲେ  ଗ୍ରାମର ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଦଳିତ ମହିଳା ମାନେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷେ ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ବିରଞ୍ଚି ଦାଶ କହନ୍ତି ସ୍ୱାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଆଶା ପଦବୀ ନିଯୁକ୍ତି କରାଯାଇଛି । ଏଥିରେ କୌଣସି ଅନିୟମିତତା ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts