ଡେଲାଙ୍ଗ-- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମର ଅଳଉତା ଗ୍ରାମର ନୀଳକଣ୍ଠେଶ୍ୱର ଦେବ ଗ୍ରାମବାସୀଙ୍କ ସହିତ ଆଖପାଖ ଗ୍ରାମର ଆରଧ୍ୟ ଓ ବହୁ ପୁରାତନ ଶୈବପୀଠ ଭାବରେ ବେଶ ଜଣାଶୁଣା । କଥାରେ ଅଛି ଭକ୍ତ ମୁଳରେ ଭଗବାନ । ଏଠାରେ ମାନସିକ କରି ବହୁ ରୋଗ ବୈରାଗୀରୁ ଆରୋଗ୍ୟ ମିଳିଥାଏ ବୋଲି ଜନମୁଖରୁ ଶୁଣିବାକୁ ମିଳିଥାଏ । ଏପରିକି କୌଣସି ଜିନିଷ ଚୋରୀ ହୋଇଥିଲେ ଏଠାରେ ମାନସିକ କଲେ ମିଳିବାର ଦୃଷ୍ଟାନ୍ତ ରହିଛି । ଏଥିଯୋଗୁ ଲୋକମାନଙ୍କର ଏଠାରେ ପ୍ରତିଦିନ ଭିଡ ପରିଲକ୍ଷିତ ହୋଇଥାଏ । ପୀଠରେ ଏକାଦଶ ବାର୍ଷିକ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଉଛି । ଗ୍ରାମର ୪୦ ଜଣ ମହିଳା ପୁରଷ ଘଟ ବୁଡାଇ ହବିଷନ୍ନରେ ରହିଛନ୍ତି । ପତ୍ୟେହ ସୂର୍ଯ୍ୟପୂଜା, ଗୋପୁଜା, ଶାଲାପୂଜା ଆଦି କରାଯିବା ପରେ ଯଜ୍ଞ କାର୍ଯ୍ୟ କରାଯାଉଛି । ବାହ୍ମଣ ପଣ୍ଡିତ ପ୍ରବଞ୍ଜନ ମହାପାତ୍ର ଓ ତାଙ୍କ ସାଥୀ ମାନେ ଗାୟତ୍ରୀ ମନ୍ତ୍ର, ରୁଦ୍ରାଭିଷେକ ଆଦି କାର୍ଯ୍ୟ କରାଯାଉଛି । କର୍ତ୍ତା ଭାବରେ ରମେଶ ଚନ୍ଦ୍ର ପରିଡା, କର୍ତ୍ତା ଭାବେ ପ୍ରେମଲତା ପରିଡା ରହିଛନ୍ତି । ମନ୍ଦିର ପୂଜାରୀ ବଳରାମ ପାଢ଼ୀ ଓ ସେବାୟତ କାହ୍ନୁଚରଣ ମହାପାତ୍ରଙ୍କ ସହିତ ଅନ୍ୟ ସେବାୟତ ଓ ଗ୍ରାମବାସୀ ମାନେ ସହଯୋଗ କରିଛନ୍ତି । ଏହି ଚାରିଦିନରେ ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଛି । ଶନିବାର ଦିନ ଯଜ୍ଞ ସ୍ଥଳରେ ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ଙ୍କ ସହିତ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ।ସହୁ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡାଙ୍କ ସହ ପ୍ରମୁଖ ଯୋଗଦେଇଥିଲେ । ନୂତନ କରି ଯଜ୍ଞ ମଣ୍ଡପ କରାଯାଇଥିବାର ଦେଖାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି