Breaking News

ନିର୍ମାଣ ଶ୍ରମିକ ଗୃହ ନିର୍ମାଣ ଯୋଜନାରେ ପାତରଅନ୍ତର କରାଯାଇଥିବା ଅଭିଯୋଗ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ନିର୍ମାଣ ଶ୍ରମିକ ଗୃହ ନିର୍ମାଣ ଯୋଜନା ଚୟନ ପ୍ରକିୟାରେ ବ୍ୟାପକ ଅନିୟମିତତା କରାଯାଇଥିବା ପୁରୀ ଜିଲ୍ଲପାଳଙ୍କ ନିକଟରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି । ଏଥିରେ ବ୍ଳକ ଅଧ୍ୟକ୍ଷ ଜଡିତ ବୋଲି ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରାଯାଇଛି । ସୁଚନାଯୋଗ୍ୟ ଯେ ଧାନକେରା, ଚାଇଁପୁର, ସିଂହବ୍ରହ୍ମପୁର, ସାଉରିଆ , ଗଡମୋଟରୀ ଅରିଶଲ, ଖେଲାଉରି, ରେଞ୍ଚ ଆଦି ଗ୍ରାମ ପଞ୍ଚାୟତ ଗୁଡିକରେ ବ୍ୟାପକ ଅନିୟମିତତା ହୋଇଥିବା ସମ୍ପର୍କେ ଜଗବନ୍ଧୁ ଜେନା, ନାରାଣ ବିଶ୍ୱାଳ, ପ୍ରଦୀପ ଦାସ, ପ୍ରମୋଦ ଧାଉଡିଆ, ପ୍ରକାଶ ପରିଡା, ଶରତ ବେହେରା, ବାସନ୍ତୀ ବେହେରା ପ୍ରମୁଖ ସ୍ୱାକ୍ଷର ସମ୍ମଳିତ ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଜଣାପଡିଛି ।  ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପୁରୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ନିର୍ମାଣ ଶ୍ରମିକ ଭାବେ ପରିଚୟ ପତ୍ର ପାଇଥିଲେ ମଧ୍ୟ ୨୦୧୮-୧୯ ଯୋଜ୍ୟ ଚୟନ ତାଲିକାରୁ ଆମ୍ଭ ମାନଙ୍କ ନାମ ବାଦ ପକାଯାଇଛି । ସରକାରଙ୍କ ନିୟମ ଅନୁସାରେ ନିର୍ମାଣ ଶ୍ରମିକ ଚିହ୍ନଟ ଓ ଚୟନ ନ କରି କେତେକ ଦଲାଲଙ୍କ ଜରିଆରେ ଏହି କାର୍ଯ୍ୟ ସବୁ କରାଯାଉଛି  । ଯାହା ଫଳରେକି ସଠିକ ନିର୍ମାଣ ଶ୍ରମିକ ଗୃହ ନିର୍ମାଣ ଯୋଜନାରୁ ବାଦ ପଡିଥିବା ଅଭିଯୋଗ ମାନ ପୁରୀ ଜିଲ୍ଲପାଳଙ୍କୁ କରିବା ସହ ଏହାର ଏକ କିତା କପି ରାଜ୍ୟ ପଞ୍ଚାୟତ ରାଜ ବିଭାଗର ସଚ୍ଚିବ ତଥା କମିଶନର , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପୁରୀ ଓ ଡେଲାଙ୍ଗ ବିଡିଓଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ସମ୍ପର୍କେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ପଚାରିବାରୁ ସେ କହନ୍ତି ଅଭିଯୋଗ ସମ୍ପର୍ଣ୍ଣ ମନଗଢ଼ା କଥା  । ସରକାରଙ୍କ  ନିୟମାବଳୀ ରହିଛି ସେହି ଅନୁସାରେ କାର୍ଯ୍ୟ କରାଯାଇଛି । ମାତ୍ର ଭୋକ ବିକଳରେ ତାଟିଆ କାମୁଡା ନୀତି ଏବେ ସେମାନେ ଧରିଛନ୍ତି । ପ୍ରତିଦିନ ଯାହାକିଛି ମିଥ୍ୟା କଥା କହି ନିଜର ପ୍ରଚାର ପ୍ରସାର କରିବା ପାଇଁ ସେମାନେ ଲାଗିପଡିଛନ୍ତି । ଆଗାମୀ ଦିନରେ ଏଭଳି ମିଥ୍ୟା କଥାଯେଉଁମାନେ ପ୍ରସାର କରୁଛନ୍ତି ବା ସେମାନଙ୍କୁ ସହଯୋଗ କରୁ ଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts