ରାମ ଚରିତ ମାନସ ପାରାୟଣରେ ସହିଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଷଡାଙ୍ଗୋଇ ଗ୍ରାମର ଗୋରଡାପିଢ଼ ସାହିରେ ଗ୍ରାମବାସୀଙ୍କ ସହଯୋଗରେ ବାର୍ଷିକ ଶ୍ରୀରାମ ଚରିତ ମାନସ ପରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାମ୍ମୁ- କାଶ୍ମୀରର ପୁଲୱାମା ଠାରେ ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦ୍ୟେଶରେ ମହମବତୀ ଓ ଦ୍ୱୀପ ଦାନ କରାଯାଇ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମା ସୀତା ଓ ମହାବୀର ହନୁମାନଙ୍କ ପାଖରେ ଆମର ସହିଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ଦ୍ୱୀପ ଦେଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ମହିଳା, ପୁରୁଷ ଓ ଛୋଟ ପିଲା ମାନେ ସହ ଯୋଗକରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି