କଳାବ୍ୟାଚ ପରିଧାନ କରି ଆତଙ୍କବାଦୀ ଆକ୍ରମଣକୁ ବିରୋଧ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଜମ୍ମୁ- କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ଯବାନ ମାନେ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତଭୁକ୍ତ ଥିଲେ ଓଡିଶାର ୨ଜଣ ଯବାନ । ଆତଙ୍କବାଦୀଙ୍କ କାପୁରୁଷୋଚିତ ଆକ୍ରମଣକୁ ଡେଲାଙ୍ଗ ବ୍ଳକର ପୁରୁଷୋତ୍ତମପୁର ପଞ୍ଚାୟତର କୁଞ୍ଜର ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟାମନ୍ଧିରର ଛାତ୍ର ଛାତ୍ରୀ ଓ ଆନନ୍ଦ ସେବା ସଦନର ସଦସ୍ୟ ମାନେ କଳାବ୍ୟାଚ ପରିଧାନ କରି ଆତଙ୍କବାଦୀ ଆକ୍ରମଣକୁ ଘୋର ବିରୋଧ କରିଛନ୍ତି । ସହିଦ ବୀରପୁତ୍ର ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାଇଁ ଅଶୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଆତଙ୍କବାଦୀଙ୍କ ବିରୁଧରେ ବିଭିନ୍ନ ଲେଖା ଥିବା ପ୍ଳକାର୍ଡ ଧରିବା ସହ ସହିଦ ପ୍ରସନ୍ନ ଓ ମନୋଜ ଅମର ରହେ ସ୍କେଗାନ ଦେଇ କୁଞ୍ଜର, ବିଳାସପୁର, ମକୁନ୍ଦପୁର, ପାଣିଓରା ସହିତ ଇନ୍ଦିପୁର ଆଦି ଗ୍ରାମରେ ଶୋଭାଯାତ୍ରା ପରିକ୍ରମା କରିଥଲେ । କାର୍ଯ୍ୟକ୍ରମରେ ସମାଜସେବୀ ଅନୁପ ଭାଇ, ସେବା ସଦନର ପ୍ରତିଷ୍ଠାତା ମହେଶ୍ୱର ବେହେରାଙ୍କ ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ରଞ୍ଜନ ପରିଡା, ସୂର୍ଯ୍ୟକାନ୍ତ ମହାନ୍ତି, ଧନେଶ୍ୱର ବେହେରା, ସନ୍ତୋଷ ନାୟକ, ରଶ୍ମିକାନ୍ତ ପ୍ରଧାନ, ବିଚିତ୍ର ରାଉତ, ଗଣେଶ୍ୱର ରାଉତ, ସତ୍ୟସ୍ୱାଗତ ବେହେରା, ସନ୍ଦୀପ ସେଠୀ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ବସନ୍ତ ମଲିକଙ୍କ ସହ ବିଭିନ୍ନ ସମସ୍ତ ଶିକ୍ଷୟତ୍ରୀ ଓ ଯୁବକ ମାନେ କଳାବ୍ୟାଚ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଛୋଟ ଛୋଟ ପିଲାମାନେଏଥିରେ ସାମିଲ ହୋଇ ଆତଙ୍କବାଦୀଙ୍କୁ ଘୋରନିନ୍ଦା କରିବା ସହ ନିଜ ଆଖିରୁ ଅଶ୍ରୁଳ ଆପେ ଆପେ ବାହାରି ଆସୁଥିବାର ଦେଖାଯାଇଥିଲା । ସେମାନେ ଏହି ଶେଭାଯାତ୍ରାରେ ଗଲା ବେଳେ ନିଜ ମନର କୋହକୁ ସମ୍ଭାଳିପାରିନଥିଲେ । ଏହି ଶୋଭାଯାତ୍ର କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ଠାରୁ ବୁଦ୍ଧିଜୀବି ଓ ସ୍ଥାନୀୟ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର ପ୍ରଶଂସା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି