ଭାରତୀୟ ଆଇନଜୀବି ପରିଷଦ ଦାବିକୁ ସମର୍ଥନ କରି ସତ୍ୟବାଦୀ ଓକିଲ ସଂଘ କାର୍ଯ୍ୟ ବନ୍ଦ କଲେ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ଆଇନଜୀବି ସଂଘ ସହିତ ସାମିଲ ଥିବା ସତ୍ୟବାଦୀ ଆଇନଜୀବି ସଂଘର ଏକ ଜରୁରୀ ସାଧାରଣ ବୈଠକ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ବାଟ ମହାବୀରିଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଆଇନଜୀବି ପରିଷଦ ଦ୍ୱାରା ଆଗତ ଦାବି ଗୁଡିକ ଉପରେ ଆଲେଚନା କରାଯାଇଥିଲା । ଉକ୍ତ ଦାବୀ ଗୁଡିକ ଆଇନଜୀବି ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଠିକ ଥିବାରୁ ସତ୍ୟବାଦୀ ଆଇନଜୀବି ସଂଘ ଏହାକୁ ସ୍ୱାଗତ କରିଥିଲେ । ଏଥିଯୋଗୁ ସୋମବାର ଓ ମଙ୍ଗଳବାର ଦିନ ଦୁଇଦିନ ସମସ୍ତ ଆଇନଜୀବି ମାନେ କାର୍ଯ୍ୟବନ୍ଦ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଏହାର ଏକ କିତା ନକଲ ପୁରୀ ଆଇନଜୀବି ସଂଘର ଅବଗତି ନିମନ୍ତେ ସଂଘର ସମ୍ପାଦକ ସୁଶାନ୍ତ କୁମାର ରଥ ଦ୍ୱାରା ପଠାଯାଇଛି । ଏହା ସହିତ ସତ୍ୟବାଦୀ ଆଇନଜୀବି ସଂଘରେ ଥିବା କେତେକ ସମସ୍ୟା ସମ୍ପର୍କେ ଆଲେଚନା କରାଯାଇଥିଲା । ଏହି ଆଲେଚନାରେ ଅଞ୍ଜନ କୁମାର ହୋତା, ପ୍ରଭାକର ମିଶ୍ର, ରବୀନ୍ଦ୍ର କୁମାର ଦାଶ, ବିଧୁ ଭୂଷଣ ମହାନ୍ତି, ଅଜିତ ଚୌଧୁରୀ , ପ୍ରଶାନ୍ତ ମହାପାତ୍ର, ମୋହନ ସାହୁ, ସନ୍ତୋଷ ବେହେରା, ଉପେନ୍ଦ୍ର ବିଶ୍ୱାଳ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି