Breaking News

ସତ୍ୟବାଦୀ ମହୋତ୍ସବ ଭଣ୍ଡୁର କରିବା ପାଇଁ ହୀନ ଚକ୍ରାନ୍ତ , ସତ୍ୟବାଦୀ ବ୍ଳକ ପ୍ରଶାସନର ଅଜବ ନୀତି

ସାକ୍ଷୀଗୋପାଳ--- ରାତି ପାହିଲେ ସତ୍ୟବାଦୀ ମହୋତ୍ସବ ପଞ୍ଚସଖା ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହେବ । ସେଥିପାଇଁ ସତ୍ୟବାଦୀ ମହୋତ୍ସବ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏହି ମାସ ଶୁକ୍ରବାର ୧୫/୧୬/୧୭ ତିନିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ । ମାତ୍ର କେତେକ ହୀନ ଚକ୍ରାନ୍ତକାରୀ ଏହାକୁ ନ କରାଇ ଦେବା ପାଇଁ ହୀନ ଉଦ୍ୟମ କରୁଥିବା ଅଭିଯୋଗ ମାନ ହୋଉଛି । ଏହାକୁ ମଧ୍ୟ ବ୍ଳକ ପ୍ରଶାସନ ସମ୍ପର୍ଣ୍ଣ ଭାବେ ସହଯୋଗ କରୁଥିବା ଜଣାପଡିଛି । ବ୍ଳକ ସହକାରୀ ଯନ୍ତୀଙ୍କ ଅଜବ ନୀତି ଆପଣେଇଛନ୍ତି । ସରକାରଙ୍କ ନିୟମ ସରକାରୀ କର୍ମଚାରୀ ମାନେ ଗୋଟିଏ ବ୍ଳକରେ ତିନି ବର୍ଷ ରହିବା ପରେ ବଦଳି ହେବା କଥା ମାତ୍ର କେତକ ଜେଇ ଅଛନ୍ତି ସେମାନେ ଏଠାରେ ପଟ୍ଟା ପାଉତି କରି ରହିଛନ୍ତି । ଏମାନଙ୍କୁ କେହି ବଦଳି କରିବାର ସାହସ କରନ୍ତି ନାହିଁ । ସେହିପରି ସତ୍ୟବାଦୀ ବ୍ଳକର ଜେଇଙ୍କ ନାମରେ ମିନିଷ୍ଟାଡିୟମ ୱାକଅର୍ଡର ଥିବା ବେଳେ ସେଠାରେ କିଏସେ ବାଲି ଗୋଡି, ପଥର ଜମାଇଛି ବିଭାଗୀୟ ଜେଇ କହନ୍ତି ମୁଁ ଜାଣିନାହିଁ  । ଅନ୍ୟପକ୍ଷେ ପଡିଆ ସଫାସୁତରା କାମ ଆରମ୍ଭ ହୋଇପାରୁନାହିଁ  । ଜିଲ୍ଲା ପ୍ରଶାସନ ଏଠାରେ ମହୋତ୍ସବ କରିବା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଉକ୍ତ ପଡିଆରେ ବାଲି, ଗୋଡି, ପଥର ଜମା ହୋଇ ରହିଛି ତାହାକୁ କାଡିବା ପାଇଁ ଏବେ ରାଜନୀତି ଚାଲିଥିବା ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts