Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ବନ୍ଧୁମିଳନ

 ସାକ୍ଷୀଗୋପାଳ-----  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର  ବନ୍ଧୁ ମିଳନ ବକୁଳବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପରିଷଦ ସଭ୍ୟ ତଥା ପୁରାତନ ଛାତ୍ର ସଂଘର ସଭାପତି ପ୍ରହଲ୍ଲାଦ ଘଟୁଆରୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ  । ସଭା ଆରମ୍ଭରୁ ଇହଧାମ ବରଣ କରିଥିବା ସାଥୀ ଓ ସେ ସମୟର ଗୁରୁଜି ମାନଙ୍କ ସହିତ ଜାମ୍ମୁ- କାଶ୍ମରୀ ର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଦୁଇ ମିନିଟ  ନୀରବ ପ୍ରାର୍ଥନା କରାଯାଇଥିଲା  । ପରେ ପରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ , ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ  ଅତିଥି ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା  । ବିଦ୍ୟାଳୟରେ ଅଧ୍ୟୟନ ରତ ଥିବା ସମୟର ଅଭୁଲାସ୍ମୃତି ଉପସ୍ଥିତ ଥିବା ଛାତ୍ର ମାନେ ମତ ପ୍ରକାଶ କରିଥିଲେ  । ଏହି ଅବସରରେ ବୟଜ୍ୟେଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ   ସେ ସମୟର ଶିକ୍ଷକ ମାନଙ୍କ ମଧ୍ୟରୁ ବନମାଳି ବେହେରା, ହରିହର ପଣ୍ଡା ଓ ରଘୁନାଥ ମହାପାତ୍ରଙ୍କ ସହ ଅନ୍ୟ ଶିକ୍ଷକ ମାନଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା  । ବନ ବିଦ୍ୟାଳୟ ପୁନଃରୁଦ୍ଧାର, ସତ୍ୟବାଦୀର ବିକାଶ ପାଇଁ ଏଠାରେ ବିଭିନ୍ନ ଶିଳ୍ପ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି ବୋଲି ଯୋଗଦେଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ  । ବନ ବିଦ୍ୟାଳୟ ପୂର୍ଣ୍ଣ ପ୍ରଚଳନ, ପଞ୍ଚସଖାଙ୍କ ରଚନା ଓ ସାହିତ୍ୟ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ପାଇଁ ଦାବୀ ଉଠିଥିଲା  । ବୀର ସହିଦ ଯବାନଙ୍କ କଲ୍ୟାଣ ପାଣ୍ଠିକୁ ୫ଶତ ଟଙ୍କା ପଠାଯାଇଥିଲା  । ବିଶେଷ କରି ଏଠାରେ ଓଡିଆ ବିଶ୍ୱ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରାଯାଇଥିବାରୁ ସ୍ୱାଗତ କରାଯାଇଥିଲା  । ଏଥିରେ ବୃନ୍ଦାବନ ମହାପାତ୍ର, ଡ. ରାଧାନାଥ ତୋଷ, ରାଜ କିଶୋର ମହାପାତ୍ର, ଭାସ୍କର ଚନ୍ଦ୍ର ରଥ, ବିରଞ୍ଚି ମହାନ୍ତି, ବୈଦ୍ୟ ନନ୍ଦ, ଅଶୋକ ମିଶ୍ର, ବାସ ମିଶ୍ର, କୁନା ମହାନ୍ତି , ରାଜ କିଶୋର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts