Breaking News

ଦାସିଆ ବାଉରିପୀଠ ରାସ୍ତାର ପୁନ ଉଦ୍ଦାର ପାଇଁ ଶିଳାନ୍ୟାସ

ପିପିଲି---  ପୁରୀ- ଭୁବନେଶ୍ୱର  ନଂ୩୦୬ ଜାତୀୟ ରାଜପଥର ନୂଆଗୋଡି ଛକରୁ  ବାଲିଗାଁ ଦାସିଆବାଉରି ପୀଠ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ  ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ କରିଛନ୍ତି । ତାଙ୍କ ସହିତ ସମବାୟବିତ୍ତ ବୈରାଗୀ ଜେନା, ପିପିିଲି ବ୍ଳକର ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ସ୍ଥାନୀୟ ସରପଞ୍ଚନରେନ୍ଦ୍ର ଦାଶ, ସମିତିସଭ୍ୟ ଧରଣୀଧର ସାହୁଙ୍କ ସହିତ ଅନ୍ୟ ଅତିଥି ମାନେ ଉପସ୍ଥିତି ରହିଥିଲେ  ।  ଏହି ତିନି କିଲୋମିଟର ରାସ୍ତା ପାଇଁ  ପୂର୍ତ୍ତ ବିଭାଗ ପକ୍ଷରୁ ୧ କୋଟି ୭୮ ଲକ୍ଷ ୫୮ ହଜାର ୩୦୮ ଟଙ୍କା ଅର୍ଥ ମଞ୍ଚୁର କରାଯାଇଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବଗ୍ରାହୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଏହି ରାସ୍ତାରେ ଦୁଇଟି କଲଭଟ ରହିଥିବା ବେଳେ ଗୋଡି ସିମଣ୍ଟେ ଡଲେଇ ୧.୧୨୦ ମିଟର ରହିଥିବା ବେଳେ ୧.୮୮୦ ମିଟର ପିଚୁ ରାସ୍ତାର ଉଭୟପାଶ୍ୱର୍ ନୂତନ ପିଚୁ କରାଯିବ ଓ ନଭେମ୍ବର ମାସରେ ଉକ୍ତ କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାର ନାରାୟଣ ଭୋଇ ଚୁକ୍ତିପତ୍ର କରିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି  । ବହୁଶିଘ୍ର ଏହି ରାସ୍ତା କାମ ହେବ ବୋଲି ବିଦାୟକ ଶ୍ରୀ ମହାରଥୀ କହିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts