Breaking News

ତୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ; ପ୍ରଥମ ଦିବସ

ଡେଲାଙ୍ଗ ---- ରାଜ୍ୟ ସରକାର ପିଡା କାର୍ଯ୍ୟକ୍ରମ ପ୍ରତି ବ୍ଳକରେ ୫ ଦିନ ରଖିଥବା ବେଳେ ଏବେ ଏହାକୁ ୧୦ ଦିନ କରିଛନ୍ତି । ଆଜି ଡେଲାଙ୍ଗ ବ୍ଳକର ପିଠା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅଭୁୟମୁଖୀ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟର ରାଜୀବଗାନ୍ଧୀ ଭବନ ପରିସରରେ ସରକାରଙ୍କ ତୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଲା , ଦାସକାଠିଆ ସହିତ ସାଉଣ୍ଡ ମାଧ୍ୟମରେ ରାଜ୍ୟ ସକରାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ପ୍ରଚାର ଓ ପ୍ରସାର କରାଯାଇଛି  । ଏଥିରେ ସରକାରଙ୍କ ‘କାଳିଆ ‘ ଓ ମୋ ଘରେ ଏଲଇଡି ଯୋଜନା ଯୋଗ କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁଯତ୍ନ କାର୍ଯ୍ୟକ୍ରମ ସୁନେତ୍ର’ ରହିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସମିତିସଭ୍ୟାଙ୍କ ପ୍ରତିନିଧି ସଂଜୟ ଜେନା, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ବ୍ଳକ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଯନ୍ତ୍ରୀ ଦେବାଶିଷ ପଟ୍ଟନାକୟ, ଯୋଗାଣ ବିଭାଗ ଅଧିକାରୀଣି ଲିପିସାରାଣି ରାଉତ, ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ମତ୍ସ୍ୟ ସକ୍ପସାରଣ ଅଧିକାରୀ ଦ୍ୱାରିକା ନାଥ ଦାଶ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କେ ଆଲେକପାତ କରିଥିଲେ  । ପିଠା କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଦ୍ୟୁତ ବିଭାଗ ପକ୍ଷରୁ ଉକ୍ତ ପଞ୍ଚାୟତରେ ପ୍ରତି ପରିବାରକୁ ଚାରୋଟି କରି ଏଲଇଡି ବଲ ଯୋଗାଇ ଦିଆଯାଇଛି । ଆଜି ପ୍ରଥମିଦିନରେ ୪ଶହ ବଲ ବଣ୍ଟାଯାଇଥିଲା । ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଗ୍ରୁଫ ମାନଙ୍କୁ ପ୍ରମାଣପତ୍ର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରମାଣପତ୍ର  ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା  । ମିଶନଶକ୍ତି ମହିଳା ମହାସଂଗର ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ ଉପସ୍ଥିତ ଥିବା ଜନନସାଧାରଣଙ୍କୁ ସଚେତନତା କରାଇଥିଲେ  । ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ଦୁର୍ଯ୍ୟେଧନ ଜେନା ପିଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts