Breaking News

ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

 ଡେଲାଙ୍ଗ--- ଜାମ୍ମୁ- କାଶ୍ମୀର ଅଞ୍ଚଳର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ  ବୀର ଯବାନ ମାନଙ୍କ ପାଇଁ  ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ  ଶ୍ରଦ୍ଧାଞ୍ଜଳୀ  ଜଣାଇବା ସହ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁନିନ୍ଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗାଚରଣ ରାଉତରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ନିଶିକାନ୍ତ ମିଶ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ଅଜିତ ମଙ୍ଗରାଜ, ସାମାଜିକ କର୍ମି ନିର୍ମଳ ପରିଡା, ପ୍ରମୋଦ ପାତ୍ର, ଅଧ୍ୟାପକ ପ୍ରଶାନ୍ତ ପଲାଇ, ବକ୍ତା ଶରତ କୁମାର ରାଉତରାୟ, ଚିତ୍ତରଞ୍ଜନ ପ୍ରଧାନ, ହରେକୃଷ୍ଣ ପାଇକରାୟ ପ୍ରମୁଖ ଯୋଗଦେଇ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହ ଏହାର ଜବାବ ତୁରନ୍ତ ଦେବା ପାଇଁ ଦାବୀ କରାଯାଇଥିଲା  । ଏହି ଅବସରରେ ସହିଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା ଓ ଡେଲାଙ୍ଗ ହାଟ ମେଲଣ ପଡିଆରୁ ମହମବତୀ ଶୋଭାଯାତ୍ରା ବାହାରି ବଜାର ଓ ବାୟାବଜାର ପରିକ୍ରମା କରିଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts