Breaking News

ବାଲିଗୁଡା ବିଡିଓଙ୍କୁ ବଦଳି ଓ ଗିରଫ ଦାବୀରେ କନ୍ଦମାଳ ବନ୍ଦ ଜାତୀୟ ରାଜପଥ ନଂ-୫୯ ଅବରୋଧ ; ଶହ ଶହ ସଂଖ୍ୟାର ଗାଡି ମଟର ଅଟିକିଛି

କନ୍ଧମାଳ----  ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ସବର କୁଠିକିଆ ସରପଞ୍ଚ ତଥା କୁଇକୁଳ ଜାତିର ଜଣେ ଟାଣୁଆ ନେତା ଦୟାନିଧି ମଲିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି  । ତୁରନ୍ତ ତାଙ୍କୁ ଗିରଫ ଓ ବଦଳି କରିବା ଦାବୀରେ କୁଇକୁଳ ସମାଜ କନ୍ଧମାଳ ବନ୍ଧ ଡାକରା ଦେବା ସହ  ଗୋପାଳପୁର ଠାରୁ ରାୟପୁର ଜାତୀୟ ରାଜପଥ ନଂ-୫୯ ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାହା ଫଳରେକି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଛି । ଅନ୍ୟ ପକ୍ଷେ ଜିଲ୍ଲା ପ୍ରଶାସନ କନ୍ଧମାଳ ମହୋତ୍ସବ ଶେଷ ଦିନ ପାଳନ କରିବା ପାଇଁ ତତ୍ପରତା ପ୍ରକାଶ କରିଥବା ବେଳେ ଜାତୀୟ ରାଜପଥ ଅବରୋଧ ହୋଇଛି ସେ ଦିଗପ୍ରତି ନଜର ଦେଇନଥିବା ଜଣାପଡିଛି । ଦେକାନ ବଜାର ଗୁଡିକ ଅଧା ଖୋଲା ରହିଥିଲେ ମଧ୍ୟ ରାସ୍ତା ଘାଟ ଗୁଡିକ ପାଙ୍ଖା ରହିଛି ।  ଖବର ଲେଖା ହେବା ବେଳକୁ ଜିଲ୍ଲା ପ୍ରଶାସନ କୁଇକୁଳ ସମାଜର ପ୍ରତିନିଧି ମାନଙ୍କ ସହିତ ଆଲେଚନା କରିନଥିବା ଜଣାପଡିଛି । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା



Blog Archive

Popular Posts