ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମ ପଞ୍ଚାୟତ ମେଳଣ ପଡିଆରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସମବାୟବିତ୍ତ ବୈରାଗୀ ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଆଲେଚନା କରିବା ସହ କିପରି ଗ୍ରାମଞ୍ଚଳରେ ରହୁଥିବା ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପିଠା କାର୍ଯ୍ୟକ୍ରମ ଯୋଜନା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପ୍ରସ୍ତୁତି କରିଛନ୍ତି । ସେହିପରି କାଳିଆ ଯୋଜନା ଯେପରି ସମସ୍ତଙ୍କ ପାଇଁ ଆଦର ହୋଇ ପାରିଛି ବୋଲି କହିଥିଲେ । ଏହି ପିଠା କାର୍ଯ୍ୟକ୍ରମରେ ଏଥିରେ ସାମିଲ ହୋଇଥିବା ୪୫ ବିଭାଗର ଅଧିକାରୀ ମାନେ ଏଠାରେ ଉପସ୍ତିତ ରହି କାର୍ଯ୍ୟକ୍ରମ ସମ୍ପର୍କେ ମତ ରଖିବେ । ସରକାରଙ୍କ ଜନହିତକର ଯୋଜନାରେ ଯେଉଁ ପରିବାର ସାମିଲ ହୋଇନଥିବେ ସେମାନେ ଦରଖାସ୍ତ ବା କହିଲେ ସେହି ଠାରେ ତାଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ ମହାରଥୀ କହିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ସରପଞ୍ଚ ଜ୍ୟୋତିମୟୀ ସ୍ୱାଇଁ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ପିପିଲି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ, ଯୁବସଂଗଠକ କୈଳାସ ସ୍ୱାଇଁ ପ୍ରମୁଖ ପିଠା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ ଆଲେକପାତ କରିଥିଲେ । ବିଦ୍ୟୁତ ବିଭଗ ପକ୍ଷରୁ ଏଲଇଡି ବଲ ଓ ରାଶନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁବେହ ଓ ରକ୍ତଚାପ ପରୀକ୍ଷା କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି