Breaking News

ସତ୍ୟବାଦୀ ବ୍ଳକରେ ବିଧାୟକଙ୍କ ପ୍ରତିନିଧି କିଏସେ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଏବେ ବିଧାୟକଙ୍କର ପ୍ରତିନିଧି କିଏସେ ନେଇ ବିଜେଡି କର୍ମୀମାନେ ଦ୍ୱନ୍ଦରେ ପଡିଲେନି । ବିଭିନ୍ନ ସଭା ସମିତିରେ ପଞ୍ଚାୟତ ପ୍ରତିନିଧି ମାନେ ପୂର୍ବତନ ଆତ୍ମାର ସଭାପତି ସୁନିଲ କୁମାର ପଣ୍ଡାଙ୍କୁ ବିଧାୟକଙ୍କର ପ୍ରତିନିଧି ଭାବେ କହୁଥିବା ବେଳେ ଅନ୍ୟ ଜଣେ ଯୁବକ ବ୍ଳକ ଠାରୁ ସ୍ୱାସ୍ଥ୍ୟ ବିଭାଗ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଜକୁ ବିଧାୟକଙ୍କ ପ୍ରତିନିଧି ଓ ପାଖ ଲୋକ କହି ବସୁଥିବା ଦେଖିବାକୁ ମିଳୁଛି  ।  ନିଜକୁ ଜଣେ  ବିଜେଡିର  ଆଗ ଧାଡିର କର୍ମୀ କହି ବୁଲୁଥିବା ବେଳେ ବିଦାୟକଙ୍କ ପ୍ରତିନିଧିଙ୍କ ସହ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଜମୁଥିବାର ଜଣାପଡିଛି । ଏହାକୁ ନେଇ ସତ୍ୟବାଦୀ ବ୍ଳକରେ ଏକ ପରିବର୍ତ୍ତନର ସ୍ୱର ଉଠିବ ବୋଲି ଜଣାପଡିଛି ।  ସତ୍ୟବାଦୀରେ ଏହି କଥାକୁ ନେଇ ଏବେ ବେଶ ଆଲେଚନାର ବିସୟ ବସ୍ତୁ ହୋଇପଡିଛି । ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ସତ୍ୟବାଦୀ ବିଜେଡି ଦଳରେ ସେତେ ଫାଟ ସୃଷ୍ଟି ହୋଉଛି ବୋଲି ସାଧାରଣରେ ଆଲେଚନା ହୋଉଥିବା ଜଣାପଡିଛି । ସତ୍ୟବାଦୀର ବିଜେଡି ଦଳର ବା ପୁରୁଖା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଧାୟକ ଅଶଦେଖା କରୁଥିବାରୁ ସେମାନେ ବି ଅସନ୍ତୋଷ  ରହିଛନ୍ତି । ଯାହାକି ଆଗାମୀ ନିର୍ବାଚନରେ ଏହାର ସଠିକ ଜବାବ ବିଧାୟକଙ୍କୁ ଦିଆଯିବ ବୋଲି କିଛି ପୁରୁଖା ବିଜେଡି କର୍ମୀ କହନ୍ତି । ସେହିପରି ସତ୍ୟବାଦୀ ଓ କଣାସ ବ୍ଳକର ବିଜେଡି ସଭାପତି ଖୋଲା ଖୋଲି ଭାବେ ସେମାନଙ୍କୁ ବିଧାୟକ ଅଣଦେଖା କରୁଛନ୍ତି ବୋଲି ସଭା ସମିତି ଠାରୁ ଜିଲ୍ଲା ବିଜେଡି ସଭାପତିଙ୍କ ପାଖରେ ଫେରାଦ ମଦ୍ୟ ହୋଇଥିବାର ଜଣାପଡିଛି । ଏହି ଦୁଇ ବିଜେଡି ସଭାପତିଙ୍କୁ ବିଧାୟକ କାର୍ଯ୍ୟକ୍ରମକୁ ମଧ୍ୟ ଡକାଯାଉନଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts