ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଗାଦିବ୍ରହ୍ମ ମହାବିଦ୍ୟାଳୟର ଯୁବରେକ୍ରସ ୟୁନିଟ୍ ପକ୍ଷରୁ ୩୦ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ର୍ୟାଲିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଓ ଡେଲାଙ୍ଗ ଥାନା ଅଧିକାରୀ ଅଶିତ ରଞ୍ଜନ ମହାନ୍ତି ପତକା ହଲାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶଦାତା ତଥା କଲେଜର ଅଧ୍ୟାପକ ତ୍ରିପାଥ ପରିଡାଙ୍କ ନେତୃତ୍ୱରେ ୫୦ ଅଧିକ ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମାନେ ହାତରେ ସଡକ ସୁରକ୍ଷା ନିୟମାବଳୀ ହାତରେ ଧରି ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଦେବାଶିଷ ରାୟ, ଯୁଧିଷ୍ଠିର ଘଟୁଆରୀ, ଡ. ଲକ୍ଷ୍ମୀଧର ପାଇକରାୟଙ୍କ ସହିତ ଅଧ୍ୟପାକ , ଅଧ୍ୟାପିକା ଓ କଲେଜର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । କଲେଜ ପରିସରୁ ବାହାରି ଡେଲାଙ୍ଗ ହାଟ ବଜାର, ବେରବୋଇ, ଡେଲାଙ୍ଗ ଷ୍ଟେସନ ବଜାର ପରିକ୍ରମା କରି ଥାନାଠାରେ ପହଞ୍ଚିଥିଲା । ରାସ୍ତାରେ ଗାଡି ଚାଳକ ମାନଙ୍କୁ ଅଟକାଇ ସଡକ ସୁରକ୍ଷା ସମ୍ପର୍କେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି