ସାକ୍ଷୀଗୋପାଳ----- ମାଘ ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ ବୋଲି କୁହାଯାଇଥାଏ । ସତ୍ୟବାଦୀରେ ପୁରପଲ୍ଲୀରେ ଅଗ୍ନିତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ମାନଙ୍କ ଠାରୁ ବିଭିନ୍ନ ସ୍ଥାନରେ କାଠ ଓ ନଡା ଏକାଠି କରି ଗଦାଇ ଅଗ୍ନି ସଂଯୋଗ କରାଯାଇଥାଏ । ବର୍ଷକୁ ଥରେ ଏହି ପର୍ବ ବା ଅଗ୍ନିଦେବତାଙ୍କୁ ପୂଜା କରିବାର ସୁଯୋଗ ମିଳିଥାଏ । ସକାଳୁ ସକାଳୁ ବାହ୍ମଣଙ୍କ ଦ୍ୱାରା ଦ୍ୱୀପ, ଧୁପ ଓ ଭୋଗ କରାଯିବା ପରେ ଘିଅ ବଳିତା ଦ୍ୱାରା ଅଗ୍ନିସଂଯୋଗ କରାଯାଇଥାଏ । ତାପରେ ପରେ ନଡିଆ, ଆଳୁ, ପନିପରିବା ଆଦି ଲୋକମାନେ ପୋଡିଥାନ୍ତି । ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ଛକରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇ ଆସିଛୁ । କାହିୃଁ କେଉଁ କାଳରୁ ଏଠାରେ ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଆସୁଛି । ସକାଳୁ ମହିଳା ମାନେ ମନ୍ଦିର ଯିବା ସମୟରେ ଅଗ୍ନିଦେବତାଙ୍କୁ ପୂଜା କରିଥିବାର ଦେଖାଯାଇଥିଲା । କଥାରେ ଅଛି ଏହି ନିଆଁ ଦେହରେ ବାଜିଲେ ବିଭିନ୍ନ ରୋଗକୁ ମୁକ୍ତ ମିଳିବା ସହ ଏହି ପାଉଁଶ ବିଲ ବା ଫସଲରେ ପକାଇଲେ ରୋଗମୁକ୍ତ ହୋଇଥାଏ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି