Breaking News

ମା ପଦ୍ମାବତୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ

ସାକ୍ଷୀଗୋପାଳ  ----- ସତ୍ୟବାଦୀ ବ୍ଳକର ସାଣ୍ଢରା ଗ୍ରାମ ପଞ୍ଚାୟତର ମଝିକେରା ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ପ୍ରଥମ ବର୍ଷ ମା ‘ ପଦ୍ମାବତୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସ୍ଥାନୀୟ ବିଧାୟକ  ଉମାକାନ୍ତ ସମାନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଟିଂ କରି ମ୍ୟାଚ ଉଦ୍ଘାଟନ କରିଥିଲେ  ।  । ଏଥିରେ ୨୬ ଦଳ ଭାଗ ନେଇଥିଲେ   । ଶେଷରେ ଫାଇନାଲ ଖେଳ ପିପିଲିର କିଙ୍ଗିସ କ୍ରିକେଟ ଦଳ ସହିତ ପୁରୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  ।  ପିପିଲି କିଙ୍ଗିସ କ୍ରିକେଟ ଦଳ ଚମ୍ପିୟାନ ହୋଇଥିବା ବେଳେ ପୁରୀ କ୍ରିକେଟ ଦଳ ରନସ୍ଅଫ ହୋଇଥିଲା  ।  ଖେଳ ପରିଚାଳନା କରିଥିଲେ ସୁମନ ବରାଳ ଓ ଆଲୋକ ବରାଳ  ।    ଅନୁଷ୍ଠିତ ପୁରଷ୍ୱାର ବିତରଣ ଉତ୍ସବରେ  ବିଧାୟକ ଶ୍ରୀ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷଙ୍କ ପ୍ରତିନିଧି ଶଙ୍କର ପ୍ରଧାନ ,  ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା,  ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ସ୍ଥାନୀୟ ସରପଞ୍ଚ ପ୍ରଦୀପ ନାୟକ,   ଯୁବ ସଂଗଠକ ସୁନୀଲ ପଣ୍ଡା, ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଓ ପଞ୍ଚାୟତର ବ୍ୱିଜେଡି ସଭାପତି ଜଟାଧାରୀ ବରାଳ ପ୍ରମୁଖ ଉପସ୍ଥିତ ରହି   ଚମ୍ପିୟାନ ଦଳକୁ ୯ହଜାର ଟଙ୍କା ସହିତ ଟ୍ରଫି ସହ ମାନପତ୍ର ଓ ରନସ ଦଳକୁ ୫ ହଜାର ଟଙ୍କା ସହ କପ୍ ଓ ମାନପତ୍ର ପ୍ରଦାନ କରିଥିଲେ  । ମା ପଦ୍ମାବତୀର କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts