Breaking News

୪୨ତମ ସତ୍ୟବାଦୀ ସଂଗୀତ ଓ ନୃତ୍ୟ ଉତ୍ସବ

ସାକ୍ଷୀଗୋପାଳ-- ସତ୍ୟବାଦୀର ସର୍ବପୁରାତନ ସଂଗୀତ ଓ ନୃତ୍ୟ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ  ସହିତ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଶିକ୍ଷକ ଓ ସଂଗୀତ ପ୍ରେମୀ ସ୍ୱଗତ ରାମକୃଷ୍ଣ ଖୁଣ୍ଠିଆଙ୍କ ପୁଣ୍ୟତିଥି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି  । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଉତ୍ସବ ପାଳନ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ବୃନ୍ଦ ଗାୟନ, ବୃନ୍ଦ ତବଲା ବାଦନ ସହିତ ଓଡିଶୀ ମଙ୍ଗଳା ଚରଣ, ପଲ୍ଲବୀ ଓ ଅଭିନୟ ଆଦି ନୃତ୍ୟ ପରିବେଷଣ କରାଯିବ । ଏହି ଅବସରରେ ଗୁରୁ ମାଦଳ ବାଦକ ଧନେଶ୍ୱର ସ୍ୱାଇଁଙ୍କୁ ସତ୍ୟବାଦୀ ସମ୍ମାନ, ମାଖନଲାଲ ହାଲଦାର ସ୍ମୃତି ସମ୍ମାନରେ  ଗୁରୁ ରତିକାନ୍ତ ମହାପାତ୍ର ଓ ରାମକୃଷ୍ଣ ଖୁଣ୍ଠିଆ ସମ୍ମାନରେ ଓଡିଶୀ ନୃତ୍ୟଶିଳ୍ପୀ ଛାତ୍ରୀ ମୀରା ଦାସଙ୍କୁ ପ୍ରଦାନ କରାଯିବ ବୋଲି ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଠିଆଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts