ଦିବାରାତ୍ର କ୍ରିକେଟ ଟୁର୍ଣ୍ଣମେଣ୍ଟଉଦଯାପିତ; ଗୋପିନାଥ ରିଟର୍ଣ୍ଣସ କ୍ରିକେଟ କ୍ଳବ ଚମ୍ପିୟାନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର କଲେଜ ପଡିଆ ଠାରେ ଇନ୍ଦିପୁର କ୍ରିକେଟ କ୍ଳବ ପକ୍ଷରୁ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସାକ୍ଷୀଗୋପାଳ ସ୍ଥିତ ମଠସାହି ଓ ଗୋପିନାଥ ରିଟର୍ଣ୍ଣସ କ୍ରିକେଟ କ୍ଳବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପିନାଥ ରିଟର୍ଣ୍ଣସ କ୍ରିକେଟ କ୍ଳବ ୧୦ ଓଭରରେ ୭ ଉଇକେଟ ହରାଇ ୭୫ ରନ କରିଥିଲେ । ଜବାବରେ ମଠସାହି କ୍ରିକେଟ ଦଳ୯ ଓଭରରେ ସମସ୍ତ ଉଇକେଟ ହରାଇ ୪୦ ରନ କରିବାକୁ ସକ୍ଷମ ହୋଇଥିଲେ । ମ୍ଯାନ ଅଫ ଦି ମ୍ଯାଚ ଓ ମ୍ଯାନ ଅଫ ଦି ସିରିଜି ରୋହିତ ( ରକି) ଖାନକୁ ଘୋଷଣା କରାଯାଇଥିଲା । ଜଗନ୍ନାଥ ଜେନା ଓ ପ୍ରଶାନ୍ତ କୁମାର ପରିଡା ଖେଳ ପରିଚାଳନା କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମହାରଥୀ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ ଓ ବ୍ୱ୍କ ବିଜେଡି ସଭାପତି ବୈରାଗୀ ଜେନା , ଡେଲାଙ୍ଗ ବ୍ଳକର ଯୁବ ସଂଗଠକ ଦୀପକ କୁମାର ଜେନା ଯୋଗଦେଇଥିଲେ । ଚମ୍ପୟାନ ଗୋପିନାଥପୁର କ୍ରିକେଟ କ୍ଳବକୁ ୧୨ହଜାର ୨୨୧ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନସଅଫ ଦଳକୁ ୮ ହଜାରଟଙ୍କା ଓ ରନସଟ୍ରଫି ପ୍ରଦାନ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି