ନିମାପଡା---- ପୁରୀ ଜି୍ଲଲା ନିମାପଡା ଗଡଅଣ୍ଢିଆ କେନାଲ ବ୍ରିଜ ନିକଟରେ ଏକ ପଥର ବୋଝୋଇ ଟ୍ରକ ସାଇକେଲରେ ପରିବା ନେଇକି ଯାଉଥିବା ସମୟରେ ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଘର କୁଆଂସ ଗ୍ରାମର ପ୍ରଭାକର ପାଇଟାଲ ବୋଲି ଜଣାପଡିଛି । ଏହି ଖବର ଜଣାପଡିବା ପରେ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ କ୍ଷତିପୁରଣ ଦାବୀରେ ନିମାପଡା ଥାନା ଅଗାରେ ଧାରଣା ଦେବାସହ ରାସ୍ତାରୋକ କରିଥିବାର ଜଣାପଡିଛି ।
ନିମାପଡାରୁ ଜୟନ୍ତ କୁମାର ସେଠି