ଗାଁ କଲ୍ୟାଣ ସମିତି ଓ ଆଶାକର୍ମୀଙ୍କର ବାର୍ଷିକ ଉତ୍ସବ
ଡେଲାଙ୍ଗ--- ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ପରିସରରେ ଗାଁ କଲ୍ୟାଣ ସମିତି ଓ ଆଶା କର୍ମୀ ମାନଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ଯୋଗୁ ଗ୍ରାମ ଗୁଡିକରେ ସ୍ୱଚ୍ଛତା ଫେରି ଆସିବା ସହିତ ଶିଶୁ ମୃତ୍ୟୁ ହାର କମିବା, ରାଜ୍ୟରୁ ପୋଲିଓ ଦୂର କରିବା, ହଇଜା, ମେଲେରିଆ, ବାତଜ୍ୱର, ସହିତ ବାଲ୍ୟ ବିବାହ ଭଳି ରାଜ୍ୟରୁ କମି ପାରିଛି ବୋଲି ଶ୍ରୀ ସାହୁ କହିଥିଲେ । ଏପରିକି ଗାଁ କଲ୍ୟାଣ ସମିତି ମାଧ୍ୟମରେ ସ୍ୱାସ୍ଥ୍ୟ କାନ୍ଥରେ ସିମୀତ ନ ରହି କିଛି କରିବା ପାଇଁ ଶ୍ରୀ ସାହୁ ଉପସ୍ଥିତ ଥିବା ଆଶା ଓ ଗାଁ କଲ୍ୟାଣ ସମିତି ସଦସ୍ୟା ମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅର୍ଥ ପରିଚାଳକ ବିଜୟ ନାୟକ, ଜିଲ୍ଲା ଗାଁ କଲ୍ୟାଣ ସମିତିର ସଂଯୋଜକ ସୁଧାଂଶୁ ନାୟକ, ଜିଲ୍ଲା ଆଶା ପରିଚାଳକ ଅଶୋକ କୁମାର ସାହୁ, ଜିଲ୍ଲା ପ୍ରୋଗାମ ପରିଚାଳନ ଟି ନାରାୟଣ ରାଓ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସନ୍ତୋଷ କୁମାର ତ୍ରିପାଠୀ, ଜନସ୍ୱାସ୍ଥ୍ୟ ଶିକ୍ଷା ଅଧିକାରିଣୀ ସ୍ମ୍ମୃତିଲେଖା ବିଶ୍ୱାଳ, ବିପିଏମ ଦିଲୀପ କୁମାର ପରିଡା, ସୁପରଭାଇଜର ନୁର ମହମ୍ମଦ ପ୍ରମୁଖ ଯୋଗଦେଇଥିଲେ । ଆଶାକର୍ମୀ , ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟସଭ୍ୟା, ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି