ନିମାପଡା ବ୍ଳକରେ ବିଭିନ୍ନ ପ୍ରକଳ୍ପର ଭୁମିପୂଜା ଓ ସେତୁ ଉଦଘାଟନ
ନିମାପଡା---- ନିମାପଡା ବ୍ଳକ ଅଞ୍ଚଳରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭୁମିପୂଜା ସହିତ ଏକ ସେତୁ ଉଦ୍ଘାଟନ ହୋଇଯାଇଛି । ପିପିଲି- ନିମାପଡା ରାସ୍ତାର ଏକମକଣା ଠାରେ ୪ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ବରାଦରେ ଏକ ସେତୁ ନିର୍ମାଣକରାଯିବା ପାଇଁ ଭୁମିପୂଜା କରାଯାଇଛି । ସେହିପରି ନିମାପଡା ମହାବିଦ୍ୟାଳୟ ଠାରୁ ଦୋଳବେଦୀ ଛକ ରାସ୍ତାର ଦୋହରିକରଣ ପାଇଁ ୨୮ କୋଟି , ନିମାପଡା ଅସ୍ତରଙ୍ଗ ରାସ୍ତାର ଦୋହରିକରଣ ପାଇଁ ୪୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ମନ୍ତ୍ରୀ କରିଥିଲେ । ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିବା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ କହିଥିଲେ । ସେହିପରି ନିମାପଡା ବଳଙ୍ଗା ରାସ୍ତାର ବୁଧେଇ ଓ ଅଙ୍ଗାରପଡା ଠାରେ ଦୁଇଟି ସେତୁ ଜନସାଧାରଣଙ୍କ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହି ିକାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କ ସହ ବିଜେଡିର ଜନପ୍ରତିନିଧି ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ନିମାପଡାରୁ ଜୟନ୍ତ କୁମାର ସେଠୀ
ନିମାପଡାରୁ ଜୟନ୍ତ କୁମାର ସେଠୀ