ସତ୍ୟବାଦୀରେ ଭାରତର ବିଜୟ ପରେ ମା ତୁଝେ ସଲାମ ଶୋଭାଯାତ୍ରା
ସାକ୍ଷୀଗୋପାଳ---- ସତ୍ୟବାଦୀ ମନ୍ଦିର ସମ୍ମୁଖରୁ ଏକ ଭାରତର ବିଜୟ ପରେ ମା ତୁଝେ ସଲାମ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ବିଭିନ୍ନ ଯାଗାରେ ପଥପ୍ରାନ୍ତ ସଭା କରାଯାଇଥିଲା । ଏହି ଶୋଭାଯାତ୍ରା ସମୟରେ ବିଭିନ୍ନ ଭାରତ ମାତାକି ଜୟ, ବୀର ଶହିଦ ଅମର ରହେ ଆଦି ସ୍ଳୋଗାନ ଦେଉଥିବା ବେଳେ ପାକ୍ତିସ୍ତାନ ମୁଦ୍ଦାବାଦ ଦେଇ ଆସୁଥିଲେ । ଜାମ୍ମୁ- କାଶ୍ମୀରର ପୁଲୱାମ ଠାରେ ଭାରତର ଶହିଦ ଯାବାନଙ୍କ ପାଇଁ ସତ୍ୟବାଦୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଆଜି ଭାରତ ସମସ୍ତ ପ୍ରମାଣ ପାଇବା ପରେ ଉଗ୍ରପନ୍ତ୍ୀଙ୍କ ଆଡାସ୍ଥଳୀ ପାକିସ୍ତାନ ଉପରେ ଆକ୍ରମଣ କରିଥିବାରୁ ଖୁସିରେ ମା ତୁଝେ ସଲାମ ନାମରେ ଶୋଭାଯାତ୍ରା ବାହାରିଥିଲା । ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସିଥିବା ତୀର୍ଥଯାତ୍ରୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।ଭାରତ ବିକାଶ ପରିଷଦ ଓ କ୍ଳବ ସତ୍ୟବାଦୀର ସତ୍ୟବାଦୀ ଦାଶ, ଆଲୋକ ଖୁଣ୍ଠିଆ, ସୁଶାନ୍ତ କୁମାର ରଥ, ହାପି ରଥ, ଉପେନ୍ଦ୍ର ବିଶ୍ୱାଳ, ସୁକାନ୍ତ ସାହୁ, ଓ ବିଶ୍ୱନାଥ ମହାପାତ୍ର ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଶୋଭାଯାତ୍ରୀ କାରି ମାନେ ଭାରତ ମାତାର ଜୟ, ବନ୍ଦେ ମା ତରମ୍, ପାକିସ୍ଥାନ ମୁଦ୍ଦାବାଦ ଆଦି ସ୍କେଗାନ ହେଉଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି