ଡେଲାଙ୍ଗ ------ ଆମେ ଶୁଣିଥିଲେ କନ୍ଧମାଳ, ଆଦିବାସୀ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ ଚଳାଉଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର । ଏବେ ଏହା ପୁରୀ ଜିଲ୍ଲା ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଏଠାରେ ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଛି କାୟକଳ୍ପ ପୁରଷ୍କାର । ଉତ୍ତମ ସେବା, ମେଡିକାଲ ପରିଛନ୍ନତା, ଆଦିକୁ ଲକ୍ଷ୍ୟ କରି ସ୍ୱାସ୍ଥ୍ୟ ବିଭାଗ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟକଳ୍ପ ଯେଜନାରେ ପୁରଷ୍କାର ଦେଇଛି । ଆଜି ହୋଉଛି ତାହାର ଜ୍ୱଳନ୍ତ ଉଦାହରଣ । ସକାଳ ୯ ଟାରେ ମଧ୍ୟ ଜଣେ ବି ଡାକ୍ତର ନାହାନ୍ତି । ରୋଗୀ ଚିକିତ୍ସା କରୁଛନ୍ତି ଫାର୍ମସିଷ୍ଟ । ଏଠାରେ ତିନିଜଣ ପ୍ରଫେସର ସହିତ ୪ଜଣ ଡାକ୍ତର ରହିବା କଥା । ମାତ୍ର ବଡ ଦୁଖଃର ବିସୟରେ ଯେ ଏଠାରେ ମେଡିକାଲ ଉନିଚାର୍ଯ୍ୟଙ୍କ ବତିତ୍ୟ କେହି ଜଣେବି ଡାକ୍ତର ନାହାନ୍ତି । ଯାହାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳବାସୀ ଉତ୍ତେଜିତ ହେବା ସହ ମେଡିକାଲ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଘଟଣାରୁ ପ୍ରକାଶ ଯେ ଆଙ୍କୁଲା ଛକ ଠାରେ ଡାକପଡା ଗ୍ରାମର ରାକେଶ କୁମାର ରାଉତ(୨୫) ଏକ ଦୁର୍ଘଟଣାରେ ଗୁରୁତର ଆହଦ ହୋଇଥିଲେ । ୧୦୮ ଆମ୍ବଲାନ୍ସସ ଡକାଯାଇଥିଲା ମାତ୍ର ଆମ୍ବଲାନସ ଆସିବା ଡେରି ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେକୁ ଅଣାଯାଇଥିଲା । ସେଠାରେ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ ଭୁବନେଶ୍ୱର ସରକାରୀ ମେଡିକାଲକୁ ପଠାଇଥିଲେ । ସ୍ଥାନୀୟ ଲୋକମାନେ ଡାକ୍ତର କାହାନ୍ତି ବୋଲି ପଚାରିବାରୁ ଛୁଟିରେ ଅଛନ୍ତି ବୋଲି କହିଥିଲେ । ଡାକ୍ତର ନ ରହିବାରୁ ଏଠାରେ ମାସକ ମଧ୍ୟରେ ପ୍ରାୟ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇ ଥିବା ଜଣାପଡିଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ରାସ୍ତାରୋକ କରିଥିଲେ । ଜଣେ ଡାକ୍ତରଙ୍କର ଏଠାରେ ନିଯୁକ୍ତି ହୋଇଥିଲେ ମଦ୍ୟ ସେ ଜିଲ୍ଲା ଡାକ୍ତରଖାନାରେ ଡ୍ୟୁଟି କରୁଥିବା ଜଣାପଡିଛି । ଏହାକୁ ନେଇ ବ୍ଳକର ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ସାମଜସେବୀ ନିର୍ମଳ ପରିଡା, ଗଗନ ଖଟେଇ, ସ୍ୱଦେଶ ସିଂ ଓ ଡାକପଡା ଗ୍ରାମବାସୀଙ୍କ ସହିତ ଶତାଧିକ ଯୁବକ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଦାବୀ ନେଇ ରାସ୍ତାରୋକ ହୋଇଥିଲା । ଡେଲାଙ୍ଗ ଥାନାର ସେକେଣ୍ଡ ଅଫିସର ଉପେନ୍ଦ୍ର ଦାଶ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରି ମାନଙ୍କ ସହ ଆଲେଚନା କରିବା ସହ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ତୁରନ୍ତ ଡଖାଲି ପଡିଥିବା ଡାକ୍ତର ନିଯୁକ୍ତି କରିବା ପାଇଁ ଦାବୀପତ୍ର ଦେବାପରେ ରାସ୍ତାରୋକ ହଟିଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି