Breaking News

ଡେଲାଙ୍ଗରେ ପୋଲିସକୁ ଚୋର ମାନଙ୍କର ଚାଲେଞ୍ଜ; ପୋଲିସ ହାତଖାଲି

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅଞ୍ଚଳରୁ ପ୍ରତିଦିନ ବିଭିନ୍ନ ଛକ ମାନଙ୍କରେ ଥିବା ଦେକାନ ଗୁଡିକରୁ ଚୋର ମାନେ ଚୋରି କରି ନେଉଥିଲେ  । ଏପରିକି ଥାନା ଅଗାରୁ ଚୋର ମାନେ ଦେକାନ କବାଟ ଭାଙ୍ଗି ଚୋରି କରି ନେଇଥିଲେ  । ଚୋର ମାନେ ଟଙ୍କା ପଇସା ସହିତ ଗାଡି ଲଗାଇ ଯାହା ପାଉଥିଲେ ତାହା ଲୁଟ କରି ନେଉଥିଲେ  । ସେ ସମୟରେ ଥାନାରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଡେଲାଙ୍ଗ ପୋଲିସ ଗୋଟିଏ ବି କେସ ରୁଜ ନ କରି ମାତ୍ର ଷ୍ଟେସନ ଡାଇରୀ କରି ଚୁପ ରହିଥିଲା  । ପୋଲିସ କର୍ମଚାରୀ ଅଭାବର ଆଳ ଦେଖାଇ ଅଧିକାରୀ ମାନେ ଜନସାଧାରଣଙ୍କ ଠାରୁ ଖସି ଯାଉଛନ୍ତି । ଏବେ ଚୋର ମାନେ ଡେଲାଙ୍ଗ ପୋଲିସକୁ  ଚାଲେଞ୍ଜ ଦେଇଛନ୍ତି । ଗୋଟିଏ ରାତିରେ ଦୁଇଟି ମଟର ସାଇକେଲ ଚୋରି ହୋଇଛି । ଥାନାରେ ଦୁଇଟି ଅଭିଯୋଗ ହୋଇଛି । ଏହି ଅଭିଯୋଗ କେସରୁଜ ନ କରି ମାତ୍ର ଷ୍ଟେସନ ଡାଇରୀ କରାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଷ୍ଠେସନ ବଜାରରେ ସାହାରା କମ୍ପାନୀର ଏଜେଣ୍ଟ ମାନସ ପାତ୍ର ଗାଡି ଥୋଇ କଥା ହେଉଥିବା ବେଳେ ଦୁବୁର୍ତ୍ତ ମାନେ ତାଙ୍କ ଗାଡି ଲୁଟ କରି ନେଇଛନ୍ତି । ଗାଡି ନଂ- ଓଡି. ୧୩. ଇି, ୨୦୬୫ ହିରୋହୁଣ୍ଡା ମଟର ସାଇକେଲ ଚୋରୀ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ହୁମର ଗ୍ରାମର ଚରଣ ବେହେରା ପଡିଶା ଘର ପ୍ରଭାତ କୁମାର ଜେନାଙ୍କ ଗ୍ୟାରେଜ ଘରେ ଓଡି, ୦୨. ଏଟି--- ୮୮୪୯ ପଲସର ଗାଡି ରଖିଥିଲେ  । ଶନିବାର ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ଗାଡି ଚୋରୀ ହୋଇଯାଇଛି  । ବହୁ ଖୋଜା ଖୋଜି କରିବା ପରେ ଗାଡିର କୌଣସି ସନ୍ଦାନ  ନ ମିଳିବାରୁ ସେ ଥାନାରେ ଜଣାଇଥିବା ଜଣାପଡିଛି । ମାତ୍ର ଡେଲାଙ୍ଗ ଥାନା ଷ୍ଟେସନ ଡାଇରୀ କରି ଦେଇ ଚୁପ ହୋଇ ବସି ରହିଛି । ଡେଲାଙ୍ଗରେ କେଉଁ ମାନେ ଚୋର ଥାନାରେ ସେମାନଙ୍କର ତାଲିକା ରହିଥିବା ବେଳେ କେତେକ ଗ୍ରାମରକ୍ଷୀଙ୍କ ଠାରୁ ଥାନା ବାବୁ ମାନେ ଜାଣିଛନ୍ତି । ମାତ୍ର ସେମାନଙ୍କ ସହିତ ଏମାନଙ୍କର ହାତ ରହିଥିବା ସମ୍ପର୍କେ ଡେଲାଙ୍ଗ ବଜାରରେ ଏବେ ମୁଖ୍ୟ ଆଲେଚନାର ବିସୟ ହୋଇପଡିଛି  । ତୁରନ୍ତ ଏସପି ଜନର ଦେବାକୁ ଜନସାଧାରଣରେ ଦାବୀ ହୋଉଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts