ରାସ୍ତା ଓ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଶ୍ରୀ ମହାରଥୀ
ଡେଲାଙ୍ଗ -----ଡେଲାଙ୍ଗ --ବହ୍ମଗିରି ରାସ୍ତାର ଟି- ୬ ଠାରୁ ବିଳାସପୁର ପ୍ରାୟ ଦୁଇ କିଲୋମିଟର ରାସ୍ତାର ପୁନ ଉଦ୍ଦାର କରାଯିବା ପାଇଁ ଡେଲାଙ୍ଗ- ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତା ପାଇଁ ୯୬.୫୧ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ସେହିପରି ଉକ୍ତ ରାସ୍ତାର ଟି-୭ ରୁ ପ୍ରଚଣ୍ଡପୁର ରାସ୍ତାର ପୁନ ଉଦ୍ଦାର ପାଇଁ ୬୯. ୪୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବିଭାଗୀୟ ସହାକରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ । ଧାନକେରା ପଞ୍ଚାୟତର ନଳିବସନ୍ତ ଓ ଆର୍ଦା ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ତିନି କୋଟି ବ୍ୟୟ ବରାଦରେ ଏକ ଓଭର ହେଡ ଟାଙ୍କି ନିର୍ମାଣ ପାଇଁ ଭୁମିପୂଜା ବିଧାୟକ ଶ୍ରୀ ମହାରଥୀ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ ଡେଲାଙ୍ଗ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲାପରିଷଦସଭ୍ୟ ଦେବାଶିଷ ନନ୍ଦ, ଧାନକେରା ସରପଞ୍ଚ ପ୍ରସନ୍ନ ଜେନା , ଶ୍ରୀପୁରୁଷୋତ୍ତମପୁର ସରପଞ୍ଚ ବାଲୁଙ୍କେଶ୍ୱର ମହପାତ୍ର ଅଭୟମୁଖୀ ସରପଞ୍ଚ ପ୍ରସନ୍ନ ପରିଡା, ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା, ଯୁବସଂଗଠକ ରତ୍ନାକର ଜେନା, ବ୍ରହ୍ମାନନ୍ଦ ପରିଡା, ପଦ୍ମନାଭ ବରାଳ , ଦୀପକ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି