Breaking News

ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସର ସାକ୍ଷୀ ମରିଗଲା

 ସାକ୍ଷୀଗୋପାଳ--  ପୁରୀ ଜିଲ୍ଲାର ସତ୍ୟବାଦୀ  ପଞ୍ଚସଖାଙ୍କ କର୍ମଭୂମୀରେ  ବିଶ୍ୱବିଦ୍ୟାଳୟର ଶିଳାନ୍ୟାସର ମୁଖ୍ୟ ସାକ୍ଷୀ ଯଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରୋପଣ କରାଯାଇଥବା ବକୁଳବୃକ୍ଷ ଏବେ ମରିଯାଇଛି  । ଯାହାକୁ ନେଇ ସତ୍ୟବାଦୀରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି  । ସତ୍ୟବାଦୀର ବକୁଳବନ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ କରକମଳରେ ଓଡିଆ ବିଶ୍ୱବିିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମ କରାଯିବା ଆଗରୁ ୩୦ଟି ଜିଲ୍ଲାରୁ ପବିତ୍ର ମାଟି ଓ ପାଣି ସଂଗ୍ରହ କରାଯାଇ ଏକାଠି ବକୁଳବନ ପରିସରରେ ଗଦାଯାଇଥିଲା  । ଏହି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ସେଠାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଇ ମୁଖ୍ୟମନ୍ତ୍ରୀ ନିଜେ ଏକ ବକୁଳଗଛ ରୋପଣ କରିଥିଲେ  । ମାତ୍ର ଏହା ମଧ୍ୟରେ ୧୩୫ ଦିନରୁ ଅଧିକ ଦିନ ହୋଇଯାଇଥିଲେ ମଧ୍ୟ ଓଡିଆ ବିଶ୍ୱିଦ୍ୟାଳୟର ପ୍ରତିଷ୍ଠାର ସାକ୍ଷୀ ବା ମୁଖ୍ୟମନ୍ତ୍ରୀ ଲଗାଇଥିବା ବକୁଳ ଗଛ ଏବେ ମରିଗଲାଣି  । ଏହି  ମଲାଗଛକୁ ଦେଖିବା ପରେ ଲୋକ ମାନଙ୍କ ଠାରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଯେଉଁ ବିଭାଗ ଦାୟତ୍ୱ ନେଇ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟ କରାଇଥିଲା ସେ ବିଭଗ କ’ଣ ଏହାର ଦାୟତ୍ୱ ନେବା କଥା ନୁହେଁ ବୋଲି ବୁଦ୍ଧିଜିବୀ ମାନେ ଆଲେଚନା କରୁଛନ୍ତି । ସେହିପରି କିଛି ଲୋକ ଆଲେଚନା କରୁଛନ୍ତି ସତ୍ୟବାଦୀରୁ ବକୁଳଗଛ ଲୋପ ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଗଛ ଲଗାଇଥିଲେ  । ମାତ୍ର ଅଧିକାରୀ ମାନଙ୍କର ଅବହେଳାରୁ ଉକ୍ତ ଗଛଟି ଏବେ ମରିଯାଇଥିବା ଜଣାପଡିଛି । ଯାହାକୁ ନେଇ ସତ୍ୟବାଦୀରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି ।  ଏ ଦିଗରେ ପୁରୀ ଜିଲ୍ଲାପାଳ ତୁରନ୍ତ ନଜର ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ବକୁଳଗଛ ଟି  ପ୍ରତି ଅବହେଳା କରିଥିବା ଅଧିକାରୀ ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବୀ ହୋଉଛି  । ଏହାକୁ ନେଇ ଅଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବା ପାଇଁ ସଜବାଜ ହୋଉଥିବା ଜଣାପଡିଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts