Breaking News

ଡେଲାଙ୍ଗ ବ୍ଳକର ମୁନିନ୍ଦା ଠାରେ ବିଜୁ ସେତୁର ଶିଳାନ୍ୟାସ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଜାୟତର କଣାସ- ଡେଲାଙ୍ଗ ରାସ୍ତାକୁ ସଂଯୋଗ କରୁଥିବା ଲୁଣା ନଦୀ ଉପରେ ମୁନିନ୍ଦା ଗ୍ରାମ ନିକଟରେ  ବିଜୁ  ସେତୁ ଯୋଜନାରେ  ସେତୁର ଶିଳାନ୍ୟାସ  ବିଧାୟକ ପ୍ରଦୀପ ମହାରଥୀ କରିଛନ୍ତି । ଏହି ସେତୁ ନିର୍ମାଣ କରିବା ପାଇଁ  ପଞ୍ଚାୟତର ଅଧିବାସୀ ମାନେ ବହୁ ଦୀନ ହେବ ଦାବୀ କରି ଆସୁଥିଲେ  । ମାତ୍ର ସେମାନଙ୍କୁ ବିଧାୟକ ଆଶ୍ୱସନା ଦେଇଥିଲେ ନିଶ୍ୁୟ ସେତୁ ଏଠାରେ ନିର୍ମାଣ କରାଯିବ । ବନ୍ୟା ସମୟରେ ଏଠାରେ ଥିବା ପୁରୁଣା ସେତୁରେ ଦଳ ଲାଗି ଯାଇଥାଏ ଯାହା ଫଳରେକି ପାଣି ନିଷ୍କାସନ ହୋଇ ପାରିନଥାଏ  । ଏବେ ସେମାନଙ୍କ ଦାବୀ ପୂର୍ଣ୍ଣ ହୋଇଛି  । ମାତ୍ର କେତେକ ଖଳ ପକୃତିର ଲୋକ ସରପଞ୍ଚଙ୍କ ଉପରେ ରାଗ ରଖି ପଞ୍ଚାୟତର ଉନ୍ନତି ଯେପରି ନ ହେଉ ସେଥିପାଇଁ ବିଭିନ୍ନ ଆଳ ଦେଖାଇ ଅଭିଯୋଗ କରୁଛନ୍ତି । ମାତ୍ର ବିଧାୟକ ଶ୍ରୀ ମହାରଥୀ କହିଛନ୍ତି ଯେଉଁମାନେ ଡେଲାଙ୍ଗର ଉନ୍ନତିରେ ବା ଶାନ୍ତିରେ ବାଧା ଦେବାକୁ ଚେଷ୍ଟା କରିବେ ସେମାନଙ୍କ ସହିତ ମୁଁ ବା ମୋ ଦଳର କର୍ମୀ ମାନେ ତାଙ୍କ ସହିତ ସାଲିସ କରି ପାରିବୁ ନାହିଁ   । ମୁନିନ୍ଦା ସେତୁ ପାଇଁ ଆଜି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ କୋଟି ୩୫ ଲକ୍ଷ ୪୪ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି  ।  ଏହ ବିଜୁ  ସେତୁ ତିନୋଟି ପିଲାର କରାଯିବା ସହିତ ଲମ୍ବା ପ୍ରାୟ ୨୨. ୩୫ ମିଟର ରହିବ ବୋଲି ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ସେତୁ ଠାରୁ  ଏକ କିଲୋମିଟର ରାସ୍ତା କରାଯିବ  ଓ ବହୁ ଶିଘ୍ର ସେତୁ କାମ ଶେଷ କରାଯିବ ବୋଲି ବିଭଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବଗ୍ରାହୀ  ଦାଶଙ୍କ ଠାରୁ ସୁଚନା ମିଳିଛି ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସରପଞ୍ଚ ସନ୍ଧ୍ୟାରାଣି ପରିଡା, ସମବାୟ ବିତ୍ତ ବୈରାଗୀ ଜେନା, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବୀନ୍ଦ୍ର ବଳନ୍ତରାୟ, ନାଏବ ସରପଞ୍ଚ ଅର୍ଜୁନ ପ୍ରଧାନ, ମୁନିନ୍ଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରି÷ଡା, ଲଛମନ ଦଳାଇ,  ନବଘନ ପ୍ରଧାନ, ଲେକନାଥ ବେହେରା, ସାମାଜିକ କର୍ମୀ ରନô୍ାକର ଜେନା,ଧାନକେରା ଗ୍ରାମ ପଞ୍ଚାୟତର ସରପଞ୍ଚପ୍ରସନ୍ନ ଜେନା, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ବେରବୋଇ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଅଭିମନ୍ୟୁ ରାଉତ, ପିପିଲି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ଙ୍କ ସହ ଗ୍ରାମବାସୀ ଓ ବିଭିନ୍ନ ମହିଳା ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts