Breaking News

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

କଣାସ--- ପୁରୀ ଜିଲ୍ଲା କଣାସ ବ୍ଳକ ଅନ୍ତର୍ଗତ କଉଡଖଣି ଗ୍ରାମ ସ୍ଥିତ କାର୍ତ୍ତିକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବମଧୁ ସୂଦନ ଓ ନେତାଜୀ ସୁଭାଷବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସ୍ମୁତିଚାରଣ ସଭାରେ ପ୍ରଫେସର ଡ. ପ୍ରଭାକର ତିପାଠୀ, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ରାଧାକାନ୍ତ ଦାଶ , କଣାସ ବିଡିଓଙ୍କ ସହ ବ୍ଳକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଭଗବାନ ଦାଶ, ପଦ୍ମଲୋଚନ ବେହେରା,ମନୋରଞ୍ଜନ ମିଶ୍ର , ଡାକ୍ତର ଓ ଶିକ୍ଷାବିତ୍ତ , ଛାତ୍ର ଛାତ୍ରୀ , ଶିକ୍ଷକ, ଶିକ୍ଷୟିତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନଙ୍କ ସହ ଜନପ୍ରତିନିଧି ମାନେ ମହାପୁରଷଙ୍କ ସ୍ମୁତି ଚାରଣ ସଭାରେ ଯୋଗ ଦେଇଥିଲେ  । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ଶଙ୍କର ବେହେରା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts