ଡେଲାଙ୍ଗ -- ଜାମ୍ମୁ- କାଶ୍ମୀରର ପୁଲୱାମ ଜିଲ୍ଲାରେ ଆତଙ୍କୀବାଦ ଆକ୍ରମଣରେ ସିଆରପିଏଫର ୪୪ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏହି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଡେଲାଙ୍ଗ ଷ୍ଟେସନ ଠାରେ ପ୍ରଭାତ କ୍ଳବର ସମ୍ପାଦକ ପଦ୍ମନାଭ ବରାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସହିଦ ଯବାନଙ୍କ ପାଇଁ ମହମବତି ଶୋଭାଯାତ୍ରା ଡେଲାଙ୍ଗ ବଜାର ପରିକ୍ରମା କରିଥିଲା । ସହିଦ ଯବାନଙ୍କୁ ଗଭିର ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଭାତ କ୍ଳବର ସଦସ୍ୟ, ଯୁବ ସମାଜ, ସାମ୍ବାଦିକ, ଲେଖକ, ସାମଜସେବୀ ଓ ସଚେତନ ନାଗରିକ ମାନେ ଏହି ମହମବତୀ ଶୋଭାଯାତ୍ରାରେ ସାମଇଲ ହୋଇଥିବାର ଦେଖାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନୀରବ ପ୍ରାର୍ଥନା କରାଯାଇଥିଲା । କ୍ଳବର ସହ ସମ୍ପାଦକ ବ୍ରହ୍ମାନନ୍ଦ ପରିଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ସଦସ୍ୟ ପୁରୁଷୋତ୍ତମ ପଟ୍ଟନାୟକ, ପ୍ରଦୀପ୍ତ ସ୍ୱାଇଁ, ଗର୍ନ୍ଧବ ପ୍ରଧାନ, ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା, ଡ. ରମେଶ ଚନ୍ଦ୍ର ବେହେରା, ସାମ୍ବାଦିକ ଦୀପକ କୁମାର ମିଶ୍ର, ଦୀପକ ଜେନା ପ୍ରମୁଖ ଉପସ୍ଥିତ ରହି ଇଟାର ଜବାବ ପଥରରେ ଦେବା ପାଇଁ ମତ ପ୍ରକାଶ ପାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି