ମଟର ସାଇକେଲ ସହିତ ସ୍କୁଟି ଧକ୍କା; ୪ ଆହତ
ଡେଲାଙ୍ଗ--- ଡେଲାଙ୍ଗ- କଣାସ ରାସ୍ତାର ଡେଲାଙ୍ଗ କଲେଜ ଛକ ନିକଟରେ ଏକ ମଟର ସାଇକେଲ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯୁବକ ଆହତ ହୋଇ ଡେଲାଙ୍ଗ ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ବରକେରା ଗ୍ରାମର ତୁଷାର ବେହେରା ( ୧୮) , ଅଜୟ ବେହେରା( ୩୫) ଓ କାର୍ତ୍ତିକ ବେହେରା ( ୪୫) ଏକ ମଟର ସାଇକେଲ ଯୋଗେ ଡେଲାଙ୍ଗ ହାଟ ବଜାରରୁ ଗୁରୁବାର ପାଇଁ ପରିବା ଓ ସଉଦା କିଣିକି ଘରକୁ ଫେରୁଥିଲେ । ଅନ୍ୟ ପଟୁ ସୁଜନପୁର ଗ୍ରାମର ମାନସ ବେହେରା (୧୮) ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଅସବଧାନତା ଯୋଗୁ ଗାଡି ଦୁଇଟି ମୁହାଁମୁହିଁ ଧକ୍କା ହୋଇଥିବା ଦେଖାଣାକାରୀଙ୍କ ଠାରୁ ପ୍ରକାଶ । ଏମାନଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଉଛି । ମାତ୍ର ମେଡିକାଲ ପାଖରେ ଡେଲାଙ୍ଗ ହାଟଫାଣ୍ଡି ଥିଲେ ମଧ୍ୟ ପୋଲିସ ପାଖରେ ଏ ସମ୍ପର୍କରେ କୌଣସି ସୁଚନା ନାହିଁ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି