Breaking News

ଡାକପଡାରେ ଅଷ୍ଟପ୍ରହର ନାମଯଜ୍ଞ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟର ଡାକପଡା ଗ୍ରାମର ବାଙ୍କୀଠାକୁରାଣୀଙ୍କ ପୀଠରେ ଅହୋରାତ୍ର ଅଖଣ୍ଡ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପୁର୍ଣ୍ଣାହୁତି ଓ ନଗର ଭ୍ରମଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ଦିନ ଅଧିବାସ ହୋଇଥିଲା  । ପୁରୋହିତ ବଳିଆ ପଣ୍ଡା, ଓ କେଦାର ନାଥ ଶତପଥି କାର୍ଯ୍ୟ ସମାପନ୍ନ କରୁଥିବା ବେଳେ ମନ୍ଦିରର ପୂଜକ ପୁର୍ଣ୍ଣଚନ୍ଦ୍ର ବାରିକ ସହଯୋଗ କରିଥିଲେ  । ତିନିଦିନ ଧରି ଅନୁଷ୍ଠିତ ନାମଯଜ୍ଞ ଯୋଗୁ ଗ୍ରାମରେ ଆମିଷ ନିଷେଧ ହେବା ସହ ସମସ୍ତଙ୍କ ଘର ଆଗରେ ପୁର୍ଣ୍ଣକୁମ୍ଭ ଓ ପ୍ରଦୀପ୍ୱ ପ୍ରଜ୍ଜଳନ ହୋଇଥିଲା  ।  ଗ୍ରାମର ପ୍ରଫୁଲ ଖଟୋଇ, ପୂର୍ଣ୍ଣଚନ୍ଦ୍ର ଖଟୋଇ, ବନମାଳି ଖଟୋଇ ଓ ବାନାମ୍ବର ରାଉତଙ୍କ ସହ ଭ୍ରାମବାସୀ ମାନେ ସହଯୋଗ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts