Breaking News

ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମା ବିଦ୍ୟାଦାୟିନୀଙ୍କୁ ଆବାହନ

ଡେଲାଙ୍ଗ----  ମାଘ ମାସ ଶୁକ୍ଳପଞ୍ଚମୀ ତିଥିରେ  ଜଗନ୍ନାଥଙ୍କ ରଥଯାତ୍ରା ପାଇଁ କାଠ ଅନୁକୂଳ ହୋଇଥାଏ  । ଏଣୁ ଆଜିର ଦିନ ସବୁଠାରୁ ଭଲ ଦିନ ବୋଲି କୁହାଯାଇଥାଏ  । ଡେଲାଙ୍ଗର ବେରବୋଇ, ମହାତାବ, ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ , ବାଳିକା ବିଦ୍ୟାଳୟ, କବି ପ୍ରସନ୍ନ ପାଟ୍ଟଶାଣୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଡେଲାଙ୍ଗ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବିଣାପଣୀ ଶିକ୍ଷା ନିକେତନ ସହିତ  ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ମହା ଆଡମ୍ବରରେ ମା ବିଦ୍ୟାଦାୟନୀ  ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସକାଳୁ ପିଲା ମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ôଫୁଲ, ନଡିଆ, ଧୂପ, ଦୀପ ଧରି ନିଜ ନିଜର ଶିକ୍ଷା ଅନୁଷ୍ଠାନରେ ପହଞ୍ଚିଥିବାର ଦେଖାଯାଇଥିଲା  । ଦଳ ଦଳ ହୋଇ ପିଲାମାନେ ମନ ଖୁସିରେ ବୁଲିଥିଲେ  । ବାହ୍ମଣ ମାନଙ୍କ ଦ୍ୱାରା ମାଙ୍କୁ ଆହବାନ କରାଯିବା ପରେ ପିଲାମାନେ ପୁଷ୍ପାଞ୍ଜଳି ଦେଇଥିଲେ  ।  ଛୋଟ ଛୋଟ ପିଲାମାନେ ଆଜି ଦିନରେ ପାଠ ଅନୁକୂଳ କରିଥିବାର ଦେଖାଯାଇଥିଲା  ।  ଅପରାହ୍ନରେ ବିଦ୍ୟାଳୟ ମାନଙ୍କରେ ଭୋଜି ଭାତର ଆୟୋଜନ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts