ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ବାଷିକ ଉତ୍ସବ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ସାରଙ୍ଗଯୋଡି ଶିଶୁ ବିଦ୍ୟାମନ୍ଦିରର ତୁତୀୟ ବାର୍ଷିକ ଉତ୍ସବ ସାରଙ୍ଗଯୋଡି ପାଲା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ୟାସୀ କୁମାର ବେହେରା, ସମ୍ମାନୀତ ଅତିଥି ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମାର ସଭାପତି ବେବିଲାଲ ମିଶ୍ର, ସରପଞ୍ଚ ଚଞ୍ଚଳା ପାଣି, ସାମାଜିକ କର୍ମୀ ସୁରେଶ କୁମାର ସାହୁ , ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ପାଇଁ ନୂତନ ଗୁଣାତ୍ମାକ ଶିକ୍ଷାପ୍ରଦ୍ଧତି ପ୍ରଚଳନ କରିଲେ ଛାତ୍ର ଛାତ୍ରୀ ମାନଙ୍କର ଉପକାର ହେବ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ପଣ୍ଡିତ ସତ୍ୟନାରାୟଣ ସାହୁ ସଭାରେ ସଭାପତିତ୍ୱ କରିଥିଲେ । ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି