Breaking News

ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ

 ଡେଲାଙ୍ଗ -- ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଜାମ୍ମୁ- କାଶ୍ମୀରର ପୁଲୱାମ ଜିଲ୍ଲାରେ ଆତଙ୍କୀବାଦ ଆକ୍ରମଣରେ ସିଆରପିଏଫର ୪୪ଜଣ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଗ୍ରାମର ଯୁବକ ଓ ସଚେତନ ନାରିକ ମାନେ ଶୁକ୍ରବାର ସଂଧ୍ୟାରେ ଏକ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ମହମବତୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା  । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ପର୍ଶୁରାମ ସାହୁ, ସୁଧୀର କୁମାର ଜେନା , ବିରଞ୍ଚି ନାରାୟଣ ବରାଳ ଓ ପୁରୁଷୋତ୍ତମ ନାୟକ ଉପସ୍ଥିତ ରହିଥିଲେ  । ସହିଦ ଯବାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts