Breaking News

ବାଲିଗୁଡା ବିଡିଓଙ୍କୁ ବଦଳି ଦାବୀରେ କନ୍ଦମାଳ ବନ୍ଦ ଡାକରା ଦେଲା କୁଇକୁଳ ସମିତି

କନ୍ଧମାଳ---- ରାଜ୍ୟ ସକରାର ଆଦିବାସୀ , ଦଳିତ ପରିବାର ମାନଙ୍କର ଉନ୍ନତି କରୁଥିବା କଥା ଡେଙ୍ଗୁରା ପିଟୁଥିବା ବେଳେ କନ୍ଧମାଳରେ ସମ୍ପୁର୍ଣ୍ଣ ଓଲଟା ଦେଖିବାକୁ ମିଳିଛି  । ଗୋଟିଏ ପଟେ ବ୍ଳକ ଓ ଜିଲ୍ଲା ପ୍ରଶାସନ କନ୍ଧମାଳ ମହୋତ୍ସବ ବାଲିଗୁଡା ମିନିଷ୍ଟାଡିୟମ ପରିସରରେ ଆରମ୍ଭ କରିଥିବା ବେଳେ କୁଇକୂଳ ସମିତି ବାଲିଗୁଡା ଶନିବାର କନ୍ଧମାଳ ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଛି  । ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ସବରଙ୍କୁ ବଦଳି କରିବା ସହ ଗିରଫ ପ୍ରତିବାଦରେ ବନ୍ଧ ଡାକରା ଦିଆଯାଇଥିବା ସମିତିର ସଭାପତିଙ୍କ ଠାରୁ ଜଣାପଡିଛି । ସଂସ୍କୃତି, ପରମ୍ପରା, ଭାଷା, ନୃତ୍ୟୁ ଗୀତ, ବାଦ୍ୟ ଆଦି ବଞ୍ଚାଇ ରଖିବା ପାଇଁ ସରକାର ମହୋତ୍ସବ କରୁଛନ୍ତି । ଯାହାକି ଲୋପ ପାଇଯାଉଥିବା ସଂସ୍କୃତିକୁ ଉତ୍ସବ ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା ମୁଖ୍ୟଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ରାଜ୍ୟ ସକରାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ମାତ୍ର କନ୍ଧମାଳ  ପ୍ରଶାସନ ବିଭିନ୍ନ ବେସରକାରୀ ସଂସ୍ଥାକୁ ଏହି ମହୋତ୍ସବର ପାଟନର ମିଡିଆ କରି ଅର୍ଥ ନେଇଥିବା ଜନସାଧାରଣରେ ଏବେ ଆଲେଚନା ହୋଉଥିବା ଶୁଣିବାକୁ ମିଳିଛି । ସେହିପରି ଉକ୍ତ ମହୋତ୍ସବରେ ଆଦିବାସୀ ମାନଙ୍କର ପରମ୍ପରା ସଂସ୍କୃତି ବ୍ୟାନର ପୋଷ୍ଟରରେ ସ୍ଥାନ ନ ପାଇନଥିବା କୁଇକୂଳ ସମିତି ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ  । ଉକ୍ତ କୁଇକୂଳ କର୍ମକର୍ତ୍ତାଙ୍କ ସହିତ କୁଠିକିଆ ସରପଞ୍ଚ ଦୟାନିଧି ମଲିକ ଯାଇଥିଲେ  । ମାତ୍ର ବିଡିଓ ଶ୍ରୀ ସବର ସରପଞ୍ଚଙ୍କୁ ଡାକି ଅସ୍ୟଭ ଭାଷାରେ ଗାଳି ମନ୍ଦ ଦେବା ସହ ଧମକ ଦେବାକୁ ଭୁଲିନଥିଲେ  । ଏପରିକି ସରପଞ୍ଚ ପଦବୀ ହଟାଇ ଦେବା ପାଇଁ ଧମକ ଦୋଇଛନ୍ତି ବୋଲି ସରପଞ୍ଚ କହନ୍ତି  । ଉକ୍ତ ସରପଞ୍ଚ ଭୟଭୀତ ହୋଇ କୁଇକୂଳ ସମିତିର କର୍ମକର୍ତ୍ତାଙ୍କ ଏହା ଜଣାଇବା ପରେ ଏବେ କୁଇକୂଳ ସମିତି ଏହି ଘଟଣାକୁ ଘୋର ନିନ୍ଦା କରିବା ସହ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦେଇଛି । ଜଣେ ବ୍ଳକ ପ୍ରଶାସନ ଏପରି ମନ୍ତବ୍ୟ ଦେବାକୁ ସ୍ଥାନୀୟ ବୁଦ୍ଧିଜିବୀ ମାନେ ନାପସନ୍ଦ କରିବା ସହ ଏହି ବନ୍ଦ ଡାକରାକୁ ସମର୍ଥନ ଦେବା ପାଇଁ ନିସ୍ପତି ଗ୍ରହଣ କରିଥିବା ଜଣାପଡିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଦିବାସୀ କୁଇକୁଳ ଜାତିର ଉନ୍ନତି ପାଇଁ ଉଦ୍ୟମ କରିବ ନା ଜଣେ ତୁଣ୍ଡ ହୁରୁଡୁଥିବା ବ୍ଳକ ବିଡିଓଙ୍କୁ ସହଯୋଗ କରିବ ରାତି ପାହିଲେ ତାହା ଦେଖିବା ପାଇଁ କନ୍ଧମାଳ ଜନସାଧାରଣ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷେ ବିଡିଓଙ୍କ ମତା ମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନଥିଲା  । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts