Breaking News

୬ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ପଶୁଡାକ୍ତର ଖାନାର ବଡ ବାବୁ

ପିପିଲି---- ପୁରୀ ଜିଲ୍ଲା ପଶୁଡାକ୍ତର ଖାନାର ବଡବାବୁ ପୁରୁଷୋତ୍ତମ ବେହେରା କୁକୁଡା ଫାର୍ମ କରାଇ ଦେବା ନାମରେ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସସ ହାତରେ ଧରାପଡିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଦୀନ ବନ୍ଧୁ ସ୍ୱାଇଁ ନାମକ ଜଣେ ଚାଷୀଙ୍କ ଠାରୁ ଫାର୍ମ କରାଇ ଦେବେ ବୋଲି ଜିଲ୍ଲା ପଶୁଡାକ୍ତରଖାନାର ବଡବାବୁ  (ହେଡକ୍କକ) ଲାଞ୍ଚ ନେଇ ଋଣ କରାଇ ଦେବେ ବୋଲି କହିଥିଲେ  । ମାତ୍ର ଦୀନବନ୍ଧୁ ରାଜି ନ ହେବାରୁ ତାଙ୍କୁ ଋଣ ପାଇଁ ବାରମ୍ବାର ଦୌଡାଇଥିଲେ  । ଶେଷରେ ନିରୁପାୟ ହୋଇ ଦୀନବନ୍ଧୁ ଭୁବନେଶ୍ୱର ଭିଜିଲାନ୍ସସ ବିଭାଗର ଡିଏସପି ଅଖୟ କୁମାର ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲା  ।  ଦୀନବନ୍ଧୁଙ୍କ ଅଭିଯୋଗକୁ ଭିତ୍ତିକରି ଡିଏସପି ଶ୍ରୀ ମିଶଙ୍କ ନେତୃତ୍ୱରେ ଏକ ଟିମ କାର୍ଯ୍ୟାଳୟ ଠାରେ ଛପିକି ରହିଥିଲେ  । ଦୀନବନ୍ଧୁଙ୍କ ଠାରୁ ଶ୍ରୀ ବେହେରା ରଙ୍ଗ ଲଗା ୬ ହଜାର ଟଙ୍କା ନେଉଥିବା ବେଳେ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସସ ଟିମ ରଙ୍ଗାଲଗା ଟଙ୍କା ସହ ଗିରଫ କରିଥିଲେ  । ପିପିଲି ଥାନା ସ୍ଥିତ ଶ୍ରୀରାମ ନଗର ଶ୍ରୀ ବେହେରାଙ୍କ ବାସଭବନ ଉପରେ ଚଡାଉ ଜାରି ରହିଥିବା ଡିଏସପି ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି  ।
 ପିପିଲିରୁ ବିଜୟ କୁମାର ମହାପାତ୍ର


Blog Archive

Popular Posts