Breaking News

ଡେଲାଙ୍ଗ ବ୍ଳକର ଡାକପଡା ଗ୍ରାମରେ ବିଜୁ ସେତୁର ଶିଳାନ୍ୟାସ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଜାୟତର ଡାକପଡା- ମୋହନପୁର ଗ୍ରାମ ମୁଣ୍ଡରେ ଲୁଣା ନଦୀ ଉପରେ ବିଜୁ  ସେତୁ ଯୋଜନାରେ  ସେତୁର ଶିଳାନ୍ୟାସ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ କରିଛନ୍ତି । ଏହି ସେତୁ ନିର୍ମାଣ କରିବା ପାଇଁ ଡାକପଡା ଓ ମୋହନପୁର ଗ୍ରାମବାସୀ ମାନେ ବହୁ ଦୀନର ଦାବୀ କରି ଆସୁଥିଲେ  । ଏବେ ସେମାନଙ୍କ ଦାବୀ ପୂର୍ଣ୍ଣ ହୋଇଛି  । ସେହିପରି ଉକ୍ତ ଗ୍ରାମକୁ ଭଲ ରାସ୍ତା ନଥିବାରୁ ବିଧାୟକ ଶ୍ରୀ ମହାରଥୀ ଓ ସରପଞ୍ଚଙ୍କ ପ୍ରତିନିଧି ତଥା ପ୍ରାକ୍ତନ ସରପଞ୍ଚ  ନରେନ୍ଦ୍ର ପରିଡା ଉଦ୍ୟମ ଯୋଗୁ ଉକ୍ତ ସେତୁ ସହିତ ରାସ୍ତାର ନବୀକରଣ ହୋଇ ପାରିଛି ବୋଲି ବିଧାୟକ ଶ୍ରୀ ମହାରଥୀ କହିଛନ୍ତି । ସେହିପରି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଲଛମନ ଦଳାଇଙ୍କ ଏହି ସେତୁ ନିର୍ମାଣ ପାଇଁ ଉଦ୍ୟମ କମ ନୁହେଁ ବୋଲି କହିଥିଲେ  । ପୂର୍ବତନଡାକପଡା ଓ ମୋହନପୁର ରାସ୍ତାରେ ଲୁଣା ନଦୀ ଉପରେ ସେତୁ ନର୍ମାଣ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ କୋଟ ୬୮ ଲକ୍ଷ ୧୪ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ।ବିଭଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବଗ୍ରାହୀ  ଦାଶଙ୍କ ଠାରୁ ସୁଚନା ମିଳିଛି । ଏହି ଦୁଇଟି ଯାକ ବିଜୁ  ସେତୁ ତିନୋଟି ପିଲାର କରାଯିବା ସହିତ ଲମ୍ବା ପ୍ରାୟ ୨୨. ୩୫ ମିଟର ରହିବ ବୋଲି ସହକାରୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସରପଞ୍ଚ ସନ୍ଧ୍ୟାରାଣି ପରିଡା, ସମବାୟ ବିତ୍ତ ବୈରାଗୀ ଜେନା, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବୀନ୍ଦ୍ର ବଳନ୍ତରାୟ, ନାଏବ ସରପଞ୍ଚ ଅର୍ଜୁନ ପ୍ରଧାନ, ମୁନିନ୍ଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରି÷ଡା, ଲଛମନ ଦଳାଇ,  ନବଘନ ପ୍ରଧାନ, ଲେକନାଥ ବେହେରା, ସାମାଜିକ କର୍ମୀ ରନô୍ାକର ଜେନା,ଧାନକେରା ଗ୍ରାମ ପଞ୍ଚାୟତର ସରପଞ୍ଚପ୍ରସନ୍ନ ଜେନା, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ବେରବୋଇ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଅଭିମନ୍ୟୁ ରାଉତ, ପିପିଲି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts