ରଘୁନାଥ କୋଠଘର ଉଦଘାଟନ
ଡେଲାଙ୍ଗ----ଡେଲାଙ୍ଗ ବ୍ଳକର ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ଗୋଦାସାହିରେ ଆମ ଗାଁ ଆମ ବିକାଶ ଯୋଜନାରେ ରଘୁନାଥ କୋଠଘର ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ଆଜି ବିଦାୟକ ପ୍ରଦୀପ ମହାରଥୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି, ସରପଞ୍ଚ ଦମୟନ୍ତୀ ନିଶଙ୍କ, ପିପିଲି ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ଓ ନାରାୟଣ ସ୍ୱାଇଁ, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁମାସ ନିଶଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କେ ଯୋଗଦେଇଥିବା ଅତିଥି ମାନେ ମତ ରଖିଥଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି