Breaking News

ସତ୍ୟବାଦୀ ମହୋତ୍ସବ ଉଦ୍ଘାଟିତ ; ସହୀଦ ଯବାନ ମାନଙ୍କ ପାଇଁ ଦ୍ୱୀପ ଦାନ ଓ ନୀରବ ପ୍ରାର୍ଥନା

 ସାକ୍ଷୀଗୋପାଳ--- ରାଜ୍ୟରେ ସହୀଦ ମାନଙ୍କ ପାଇଁ ଶୋକ ପାଳନ କରାଯାଉଥିବା ବେଳେ ପୁରୀ ଜିଲ୍ଲାର ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ଓ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ଦୀପଦାନ ସହ ଶୋକସଭା ଅନୁଷ୍ଠିତ ହୋଇଯାଇଛି  ।  ଜମ୍ମୁ ଓ କାଶ୍ମରୀର ପୁଲୱାମ ଜିଲ୍ଲାରେ ଗୁରୁବାର ଆତଙ୍କ ବାଦୀ ଆକ୍ରମଣରେ ସିଆରପିଏଫର ୪୪ଜଣ ଜବାନ ସହୀଦ ହୋଇଛନ୍ତିି । ଏହି ଅବସରରେ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ  ତାଙ୍କ ଆତ୍ମାର ସଦଗତି ନିମନ୍ତେ ସାକ୍ଷୀଗୋପିନାଥ ମନ୍ଦିର ଅରୁଣସମ୍ଭ ନିକଟରେ ଦୀପଦାନ ସହ ନୀରବ ପ୍ରାର୍ଥନା କରାଯାଇଥିଲା  ।  ମନୋରମ ସାଂସ୍ଳୃତିକ ସମାରୋହ ୫ମ ବାର୍ଷିକ ସତ୍ୟବାଦୀ ମହୋତ୍ସବ ଶୁକ୍ରବାର  ସନ୍ଧ୍ୟାରେ ଐତିହାସିକ୍ୟ ବକୁଳବନ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ଘାଟିତ ହୋଇଛି  ।  ୩ ଦିନବ୍ୟାପି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ସୁଆଣ୍ଡୋ ଗ୍ରାମ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଦୁଙ୍କ  କୁଳଦେବତା ରାଧାବିନୋଦ ବିହାରୀଙ୍କ ନିକଟରୁ ଜ୍ୟୋତି ସଂଗ୍ରହ କରାଯାଇ ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ସତ୍ୟବାଦୀରେ ପହଞ୍ଚିଲା  ।  ପଣ୍ଡିତ  ନୀଳକଣ୍ଠ ଦାସ ଓ  ଆଚାର୍ଯ୍ୟ ହରିହର ଦାସଙ୍କର ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁର ,  ପଣ୍ଡିତ କୃପାସିନ୍ଦୁ ମିଶ୍ରଙ୍କ ଜନ୍ମପୀଠ ବୀରପତାପୁର ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମପୀଠ ବାଣପୁର ଅଞ୍ଚଳର ଶ୍ରୀନିବାସପୁର ଗ୍ରାମରୁ ସଂଗୃହୀତ ଜ୍ୟୋତି ସାକ୍ଷୀଗୋପାଳ ବସଷ୍ଠାଣ୍ଡ ନିକଟ ପଞ୍ଚସଖା ମଣ୍ଡପ ଠାରେ ଏକତ୍ରିତ ହୋଇଥିଲେ  । ଏହି ସୁସଜିତ ରଥକୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରରେ ବକୁଳବନ ମୁକ୍ତାକାଶ ମଣ୍ଡପ  ପର୍ଯ୍ୟନ୍ତ ଅଣାଯାଇ ମୁକ୍ତାକାଶ ରଙ୍ଗମଞ୍ଚରେ  ଜ୍ୟୋତିସ୍ଥାପନ କରାଯାଇଥିଲା  । ଏହି ଶୋଭାଯାତ୍ରାରେ  ମହିଳା, ପୁରୁଷ,  ଯୁବକଙ୍କ ସହ ରାଜନେତା ମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ, ହରିବୋଲ, ହୁଳହୁଳି ସାଙ୍ଗକୁ ଘଣ୍ଟମର୍ଦ୍ଦଳ, ଘୋଡାନାଚ,  ନାଗା, କଣ୍ଡେଇନାଚ , ଗୋଟିପୁଅନାଚ ଓ ବାଦ୍ୟ, ବାଣ ସହିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ମାନଙ୍କ ଦ୍ୱାରା ଜାତୀୟ ବାଦ୍ୟ  ବଜାଇ  ଜ୍ୟୋତି ରଥକୁ ଦୀର୍ଘ ଦୁଇ କିଲୋମିଟର ବ୍ୟାପି ପଟୁଆରରେ  ପଞ୍ଚସଖାଙ୍କ ପଡିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।  ଜ୍ୟୋତି ରଥ ବଜାର ଦେଇ ଆସୁଥିବା ସମୟରେ  ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ ଛକ ମାନଙ୍କରେ ମହିଳା, ପୁରୁଷ ଯୁବକ ଯୁବତୀ ଛୋଟପିଲା ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା  । ସାକ୍ଷୀଗୋପାଳ ମନ୍ଦିରରୁ ଠାକୁରଙ୍କ ଆଜ୍ଞାମାଳ ଅଣାଯାଇ ମଣ୍ଡପରେ ଥିବା କୃର୍ଷ୍ଣଓ ରାଧାଙ୍କ ଯୁଗଳମୂର୍ତ୍ତିରେ ଫୁଲମାଳ ଦିଆଯାଇଥିଲା  ।    ସତ୍ୟବାଦୀ ମହୋତ୍ସବର ପ୍ରଥମ ଦିନର ଆକର୍ଷଣଥିଲା ଜ୍ୟୋତିଯାତ୍ରା  । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ପୋଲିସ ପକ୍ଷରୁ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁ ଫୋର୍ସ ସହ ଉପସ୍ତିତ ରହିଥିଲେ  । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ପୂ.ତ  ନଗରପାଳ  ତଥା ମହୋତ୍ସବ କମିଟିର ପୁଷ୍ଠପୋଷକ ଜୟନ୍ତ କୁମାର ଷଡଙ୍ଗୀ,  ନାରିକେଳ ବୋଡର ଉପାଧ୍ୟକ୍ଷ ଡ, ବିଶ୍ୱନାଥ ରଥ, ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂ,  ଡ. ଅଭିମନ୍ୟୁ ବରାଳ, ସମାଜସେବୀ ବିଶ୍ୱଜିତି ଶତପଥୀ. ଆଇନିଜିବୀ ରାମ ପ୍ରସାଦ ମିଶ୍ର,ଆଇନଜୀବି ରାଧାକାନ୍ତ ମହାପାତ୍ର,   ବିଜେଡି ବ୍ଳକ ସଭାପତି ରତିକାନ୍ତ ମିଶ୍ର, କଣାସ ବ୍ଳକ ସଭାପତି ସୁଶୀଳ ରାଉତ  ଓ  ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକି ବଲ୍ଲଭ ମିଶ୍ର ଯୋଗଦେଇ ସତ୍ୟବାଦୀ ମହୋତ୍ସବର ସଫଳତା କାମନା କରିଥିଲେ  ।   ପ୍ରାରମ୍ଭରୁ ସଂଗୃହୀତ ଜ୍ୟୋତିରୁ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଅତିଥି ମାନେ ଉତ୍ସବକୁ ଉଦ୍ଘାଟନ କରିଥିଲେ  । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିବା ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା  । ସତ୍ୟବାଦୀ  ମହୋତ୍ସବ କମିଟିର ସମ୍ପାଦକ ଜାନକି ବଲ୍ଲଭ ବରାଳ ଅତିଥି ମାନଙ୍କୁ  ମହୋତ୍ସ କମିଟି ପକ୍ଷରୁ ସ୍ୱାଗତ କରିଥିଲେ  । ମହୋତ୍ସବ କମିଟିର ସଂଯୋଜକ ଦୀପକ କୁମାର ଶତପଥୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  ।  ମହୋତ୍ସବ କମିଟିର ଉପଦେଷ୍ଠା ଦିଲିପ କୁମାର ମହାନ୍ତିଙ୍କ ସହ ବିଶ୍ୱଜିତି ମହାପାତ୍ର, ବିଶ୍ୱ ଭୂଷଣ ପଟ୍ଟନାୟକ, ପିୟ ରଞ୍ଜନ ଓ ମହୋତ୍ସବ କମିଟିର ସଦସ୍ୟ ଓ ବିଭିନ୍ନ ସ୍ୱେଚ୍ଛାସେବୀ ମାନେ  ପ୍ରମୁଖ  ପରିଚାଳନାରେ ସହଯୋଗ କରିଥିଲେ  । ସଦସ୍ୟମାନେ ଉପସ୍ଥିତ ରହିଥିଲେ  । ଆଇନଜୀବି ଅଞ୍ଜନ କୁମାର ହୋତା ସଭା ସଂଯୋଜନା କରିଥିଲେ  । ପ୍ରଥମ ସନ୍ଧ୍ୟାରେ   ଶାସ୍ତ୍ରୀୟ ଓ ଲୋକନୃତ୍ୟ  ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଓଲିଉଡ୍ ନାଇଟ ଓ  ଡ୍ୟାନ୍ସ ଧମକା ଦର୍ଶକଙ୍କୁ ବାନ୍ଧି ରଖିଥିଲା  ।  ପଡିଆରେ ମିନାମେଳା ସହିତ ଦୋଳୀ ଓ ଫାଷ୍ଟଫୁଡ ବଜାରରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


   

Blog Archive

Popular Posts