ସତ୍ୟବାଦୀରେ ବିଜେପି ପକ୍ଷରୁ କମଲ ଦୀପାବଳୀ ପାଳନ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବିଜେପି ପକ୍ଷରୁ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଶହିଦ ଯବାନ ମାନଙ୍କ ଉଦେଶ୍ୟରେ କମଲ ଦୀପାବଳୀ ପାଳନ ହୋଇଯାଇଛି । ଏପରିକି ଦୀପରେ ଜୟ ଯବାନ, ଜୟ ଭାରତ ମାତାକି ଜୟ ଓ ବଜେିପି ଚିହ୍ନ ପଦ୍ମଫୁଲରେ ଦୀପ ଗୁଡିକ ସଜ୍ଜିତ କରାଯାଇଥିଲା । ଏହି ଦୀପଦାନର ନେତ୍ୃତ୍ୱ ନେଇଥିଲେ ସତ୍ୟବାଦୀର ଯୁବନେତା ଓମ ପ୍ରକାଶ ମିଶ୍ର । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ରିତା ତ୍ରିପାଠୀଙ୍କ ସହ ପୁରୁଷ ଓ ମହିଳା କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି