Breaking News

ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଜଳିଗଲା

ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ମଢ଼ ପଞ୍ଚୁପଲା ଗ୍ରାମରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ସହିତ ଗୋଟିଏ ଗାଈ ଗୁରୁତର ଭାବରେ ପୋଡି ଯାଇଛି ।  ପ୍ରଥମେ ନନ୍ଦକିଶୋର ସାହୁଙ୍କ ଘରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ଏଥିରେ ତାଙ୍କର ଦୁଇ ବଖରା ଘର ପୋଡି ଯିବା ସହ କବିର ସାହୁ, ଦେବରାଜ ସାହୁ, ନକୁଳ ସାହୁ, ଏମାନଙ୍କର ସମସ୍ତଙ୍କର ଦୁଇ ବଖରା ଲେଖାଏଁ ଘର ପୋଡି ଯାଇଥିବା  ବେଳେ ରୂପ ସାହୁଙ୍କର ଗୋଟିଏ ବଖରା ଘର ପୋଡିଯାଇଛି । ନିଆଁ ଲିଭାଇବା ସମୟରେ ଚାନ୍ଦୁ ଛାଟୋଇ ଓ ନକୁଳ ସାହୁଙ୍କ କାନ୍ଥ ମାଡି ବସିବାରୁ ସେମାନେ ଆହତ ହୋଇଛନ୍ତି । ଖବର ପାଇ ଡେଲାଙ୍ଗରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚ ନିଆଁକୁ ଆୟତ କରିଥିଲେ  । ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଚରଣ ଜେନା ଓ ସମିତିସଭ୍ୟ ବାସୁଦେବ ଜେନା ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଯୋଗଇ ଦେଇଛନ୍ତି । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ପ୍ରଧାନମନ୍ତୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts