Breaking News

କାଗଜ କଲମରେ ଚାଲିଛି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

 ଅତାବିରା ----- ବରଗଡ ଜିଲ୍ଲା ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଜାତୀୟ ରାଜପଥକୁ ଲାଗିକି ରହିଛି । ଏଥିଯୋଗୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଳକ ସହିତ ଏନଏସି ର ପ୍ରାୟ ୩ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ମାତ୍ର ସଠିକ ଡାକ୍ତର ନ ଥିବାରୁ ରୋଗୀ ମାନେ ବାଧ୍ୟ ହୋଇ ଅଯଥା ଖଚାନ୍ତ ହୋଇ ବେସରକାରୀ ଡାକ୍ତରଖାନା  ନଚେତ ବୁର୍ଲା ବଡ ଡାକ୍ତରକାନାକୁ ଯାଇଥାନ୍ତି  । ତ୍ରୁଟିପୂର୍ଣ୍ଣ  ଜାତୀୟ ରାଜପଥ ନିର୍ମାଣ ଯୋଗୁ ପ୍ରତିଦିନ ଛୋଟ ବଡ  ଦୁର୍ଘଟଣା ଘଟିଥାଏ  ।  ପ୍ରଥମେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି । ମାତ୍ର ଏଠାରେ ବିଶେଷଜ୍ଞ ଡାକ୍ତର କେହି ନଥିବା ବେଳେ  ଆଟେଣ୍ଡାଡ , ଷ୍ଟାଫନର୍ସ, ସୁଇପର ଆବଶ୍ୟକତା ଠାରୁ କମ ସଂଖ୍ୟାରେ ଅଛନ୍ତି । ସେହିପରି  ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣା ଗସ୍ତ ରୋଗୀ ଆସିଲେ ତୁରନ୍ତ ତାଙ୍କୁ ବଡ ମେଡିକାଲକୁ ପଠାଯାଇଥାଏ  । ଯାହା ଫଳରେକି ଅଧିକାଂଶ ରୋଗୀ ମାନେ ବାଟରେ ମୃତ୍ୟୁ ବରଣ କରିଥାନ୍ତି । ଅତାବିରା ସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ ୧୫ ବର୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଥିଲେ ମଧ ଏଠାରେ କୌଣସି ଜଣେ ବି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇନାହାନ୍ତି । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କର୍ମଚାରୀ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି କରାଯାଇନାହିଁ ବୋଲି ଅଭିଯୋଗ ମାନ ହୋଉଛି । ଏଠାରେ ଡାକ୍ତର ମାନଙ୍କ ଦ୍ୱାରା କାର୍ଯ୍ୟ ଚାଲିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିସିନ୍, ସ୍ତ୍ରୀରୋଗ, ଶିଶୁ, ସର୍ଜରୀ ଏହି ଚାରି ବିଭାଗର ବିଶେଷଜ୍ଞ ପଦବୀ ଏଠାରେ ୧୫ ବର୍ଷରୁ ଅଧିକ ଦିନ ହେବ ଖାଲି ପଡିଛି । ବିଶେଷ କରି ପ୍ରସ୍ତୁତି ସମୟରେ ଡାକ୍ତର ମାନେ ଏଠାରେ ରଖୁଛନ୍ତି ଶେଷରେ ନିରୁପାୟ ହେବା ପରେ ରୋଗୀଙ୍କ ସମ୍ପକୀୟଙ୍କୁ କହୁଛନ୍ତି ତୁରନ୍ତ ବଡ ଡାକ୍ତରଖାନାକୁ ନେଇଯାଅ  । ସେତେବେଳେକୁ ରୋଗୀର ଅବସ୍ଥା ଗୁରୁତର ହୋଇ ପଡୁଛି । ଅନ୍ୟ ପକ୍ଷେ ରାଜ୍ୟ ସରକାର ମହିଳା ମାନଙ୍କୁ ପ୍ରସ୍ତୁତୀ ପାଇଁ ମେଡିକାଲରେ କରିବାପାଇଁ ସଚେତନତା କରାଉଥିଲେ ମଧ୍ୟ ଏଠାରେ ବିଶେଷଜ୍ଞ ନ ଥିବା ପ୍ରସ୍ତୁତୀ ମହିଳା ମାନଙ୍କୁ ଉପହାସ ସଦୃଶ ହୋଇଛି । ସେହିପରି ଲେବର ରୁମରେ ଥିବା ଯନ୍ତ୍ରପାତିରେ କଲଙ୍କ ଲାଗି ଗଲାଣି । ଅନ୍ୟପକ୍ଷେ ରାଜ୍ୟ ସରକାର ପ୍ରତିବର୍ଷ ଲେବରରୁମକୁ ଉନ୍ନତ ମାନର ଇଷ୍ଟୁମେଣ୍ଟ ଯୋଗାଉଥିବା କହୁଛନ୍ତି । ମାତ୍ର ଏହା କାଗଜ ପତ୍ର ଓ ସ୍କୋଗାନରେ ଚାଲିଛି ବୋଲି ଜନସାଧାରଣ ଆଲେଚନା ହୋଉଛି । ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ର ଏହାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି  । ଲେବରରୁମ ଓ ଡେଲିଭରି ରୁମରେ ସୁଇପରର ଆବଶ୍ୟକତା ରହିଥିବା ବେଳେ ଏଠାରେ ସୁଇପର ଆବଶ୍ୟକତା ଠାରୁ କମ ଅଛନ୍ତି  । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଅଳିଆ ଅବର୍ଜନାରେ ପରିପୂର୍ଣ୍ଣ  ହେବାଯୋଗୁ ମେଡିକାଲ ପରିସର ଦୁଗନ୍ଦମୟ ହୋଇଉଠିଛି । ରାଜ୍ୟ ସରକାର ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ଆଗରେ ଡେଙ୍ଗୁ ରୋଗର ମଶା ମଂଶ ବୃଦ୍ଧି କରିବା ପାଇଁ ତିଆରି କରିଛନ୍ତି ଏନ୍ତୁଡିଶାଳ  । ସଂଧ୍ୟାହେଲେ ମଶା ମାନଙ୍କର ଉତ୍ପାତ ମଧ୍ୟ ଏଠାରେ କମ ନାହିଁ  । ନାହିଁ ନାହିଁରେ ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ର  । କହିଲେ କେହି ଶୁଣିବାକୁ ନାହିଁ, ଅଭିଯୋଗ କଲେ ଫଳଶୂନ୍ୟ ମିଳେ  । ଏକମାତ୍ର ଭଗବାନ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର  ।   ତୁରନ୍ତ ସ୍ୱାସ୍ଥ୍ୟ  ବିଭାଗ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚ୍ଚିବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଜିଲ୍ଲପାଳ ଓ ବିଧାୟକ  ଦୃଢପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ନଚେତ ଅଗାମୀ ଦିନରେ ଏହାର ସଠିକ ଜବାବ ଦିଆଯିବ ବୋଲି ଅତାବିରା ଅଞ୍ଚଳର ବୁଦ୍ଧିଜିବୀ ମାନେ କହିଛନ୍ତି  ।
ଅତାବିରାରୁ  ନବୀନ ଦାଶ

Blog Archive

Popular Posts