ସାକ୍ଷୀଗୋପାଳ -- ସତ୍ୟବାଦୀ ଶିଶୁ ମହିଳା ବିକାଶ ପ୍ରକଳ୍ପର ସହଯୋଗରେ ମିଶନ ଶକ୍ତି ଅନୁଷ୍ଠାନ ପକ୍ଷରୁ ରଙ୍ଗଣିସାହି ଅଙ୍ଗନୱାଡି, ଗୋପାଳପୁର ପାଟଣା ୧/୨ଅଙ୍ଗନୱାଡି କେନ୍ଦ୍ରରେ ମହିଳା ଓ କିଶୋରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା କରିବା ସହ ମିଶନ ଶକ୍ତି ପକ୍ଷରୁ ମହିଳା ଓ କିଶୋରୀ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରସାର ଓ ପ୍ରଚାର ହୋଇ ପାରିଛି । ଗ୍ରାମଞ୍ଚଳରେ ଥିବା ମହିଳା ମାନେ ମିଶନ ଶକ୍ତି ଦ୍ୱାରା ବିଭିନ୍ନ କାର୍ଯ୍ୟ କରି ବର୍ତ୍ତମାନ ସ୍ୱାବଲମ୍ବି ହୋଇ ପାରିଛନ୍ତି ବୋଲି ସୁପରଭାଇଜର ମିତା ନାଗ କହିନ୍ତି । ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତିର ବ୍ଳକ ସଂଯୋଜକ ଜ୍ୟେତି ଜୟ ଦେବ ପରିଚାଳନା କରିଥିଲେ । ରଙ୍ଗଣିସାହି ଅଙ୍ଗନୱାଡି କର୍ମୀ ବିଶ୍ୱଜିତା ଦେବୀ, ଗୋପାଳପୁର ପାଟଣା ଅଙ୍ଗନୱାଡି କର୍ମୀ ସଂଧ୍ୟାରାଣି ସାହୁ, ଲକ୍ଷ୍ମୀମଣି ବେହେରା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତି ବର୍ଷ ଏହିପରି ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ଖେଳ କରିବା ପାଇଁ ଖେଳରେ ଜିତିଥିବା କିଶୋରୀ ସ୍ୱାଗତିକା ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହୁଳହୁଳିରେ ପ୍ରଭାତୀ ବେହେରା ଓ ଲୁଡ ଖେଳରେ ସୁକାନ୍ତି ଭୋଇ ବିଜୟୀ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି