Breaking News

ସତ୍ୟବାଦୀ ବ୍ଳକର ଅଜବ ନୀତି; ଘର କରି ପଇସା ମିଳୁନି, ଘର ନକରି ବିଲ ହୋଉଛି

ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକ ନଂ ୱାନରେ ରହିଛି ସବୁକ୍ଷେତ୍ରରେ  । ଏଠାରେ ଲୋକମାନେ ଘର କରି ପଇସା ପାଉନଥିବା ବେଳେ କେତେକ ଘର ନ କରି ସେମାନଙ୍କର ବିଲ୍ ହୋଇଯାଇଛି । ଦୁଇବର୍ଷ ହେଲା ଘର କରିକି ମଧ୍ୟ ହାତଗୁଞ୍ଜା ନ ଦେବାରୁ ବିଲ ହୋଇ ପାରୁନାହିଁ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି  । ଗୋଟିଏ ପରିବାରର ବାପ ,ପୁଅ. ଭାଇ ସମସ୍ତେ ଆବାସ ଯୋଜନାରେ ସାମିଲ ହୋଇଥିବା ବେଳେ ଏଭଲି ଲୋକ ଅଛନ୍ତି ଘର ନ ଥିବାରୁ ପର ଘର ପିଣ୍ଡାରେ ଏବେବି ଆଶୟ ନେଇଛନ୍ତି । ସତ୍ୟବାଦୀ ବ୍ଳକ ଅଜବ ନୀତିରେ ଚାଲିଛି । ୱାର୍କ ଅର୍ଡର ଜଣଙ୍କ ନାମରେ ପଇସା ଯାଉଛି ଅନ୍ୟ ଜଣଙ୍କ ଆକାଉଣ୍ଟକୁ  । ଅଭିଯୋଗ ପରେ ଅଭିଯୋଗ ଫଳଶୂନ୍ୟ  । ଏ ସମ୍ପର୍କରେ ଅତିରିକ୍ତ ବିଡିଓଙ୍କୁ ପଚାରିଲେ ସେ କହନ୍ତି ହିତାଧିକାରୀ ଜଣଙ୍କ ବ୍ୟାଙ୍କ ଆକଉଣ୍ଟ ଠିକ ଦେଇନାହିଁ  । ସେଥିଯୋଗୁ ସେ ପଇସା ପାଇବାରେ ବିଳମ୍ବ ଘଟୁଛି  । ପ୍ରଥମ ଚେକ କିପରି ଦେଲେ ବୋଲି ପଚାରିବାରୁ ସଠିକ ଉତ୍ତର ନ ଦେଇ ଉଠି ଚାଲିଯାଇଥିଲେ  । ସେହିପରି ବ୍ଳକର ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଭିଁପୁର ଗ୍ରାମର ଘନ କାଣ୍ଡି ୨୦୧୬-୨୦୧୭ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଏକ ଘର ପାଇଥିଲା  । ସେ ସମୟରେ ୭୦ ହଜାର ଟଙ୍କା ଥିଲା  । ମାତ୍ର ଧାରକରଜ କରି ଘର କରିଦେଲା ପରେ ଦୁଇବର୍ଷ ହୋଇଗଲା ସେ ଖର୍ଚ୍ଚ କରିଥିବା ଅର୍ଥ ପାଇ ପାରୁନାହିଁ  । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗରେ ଜଣାଇଥିବାର ଜଣାପଡିଛି । ଅନ୍ୟ ପକ୍ଷେ ଉକ୍ତ ପଞ୍ଚାୟତର ଅଗ୍ରଗତି ନ କରିବା ପାଇଁ ବିଡିଓଙ୍କୁ ଚାପ ପକାଇ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହୀନ ରାଜନୈତିକ ଉଦ୍ୟେଶ ରଖି ଦୁଇ ବର୍ଷ ମଧ୍ୟରେ ସାତଜଣଙ୍କୁ ବଦଳି କରାଗଲାଣି  । ଯାହା ଫଳରେକି ପଞ୍ଚାୟତର କୌଣସି ବିଲ ସଠିକ ହୋଇପାରୁନାହିଁ  । ସେହପରି ହିତାଧିକାରୀ ମାନେ ମଧ୍ୟ ବିଲ ପାଇ ପାରୁନାହାନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ୨୯ ତାରିଖରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ ଶିବିରରେ ଏହାକୁ ନେଇ ପିଡି ଡ. ଉଦ୍ଦ୍ୱର୍ବ ଚନ୍ଦ୍ର ମାଝୀ ବିଡିଓଙ୍କୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  । ଦେଖାଯାଉ ଆଗାମୀ ନିର୍ବାଚନ ଅଗାରୁ ହିତାଧିକାରୀ ମାନେ ସେମାନଙ୍କ ଅର୍ଥ ପାଉଛନ୍ତି ନା ନିର୍ବାଚନ ସରିବା ପରେ ପାଉଛନ୍ତି ତାହାହିଁ ସମୟ କହିବ ବୋଲି ସତ୍ୟବାଦୀରେ ବୁଦ୍ଦିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି ।
ସା’ୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts