Breaking News

ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଗିରଫ

ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ହାକପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ବାନାମ୍ବର ରାଉତ( ୩୬)ଙ୍କୁ ମାଡ ମାରୁଥିବା ବେଳେ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ଦିନ ବାନାମ୍ବରଙ୍କ ଘର ଆଗରେ କୌଣସି କାରଣ ନ ଥାଇ ସେହି ଗ୍ରାମର ଅର୍ଜୁନ ସ୍ୱାଇଁ ଗାଳି ଗୁଳଜ କରୁଥିଲେ  । ବାନାମ୍ବର ସ୍ତୀ ଏହାକୁ ପ୍ରତିବାଦ କରିବାରୁ ଅର୍ଜୁନ ତାଙ୍କୁ ମାଡ ମାରିବାରୁ ତାଙ୍କ ପାଟି ଶୁଣି ଘରେ ଥିବା ବାନାମ୍ବର ସ୍ତୀକୁ ବଞ୍ଚାଇବା ପାଇଁ ସେଠାକୁ ଆସିଥିଲେ  । ଅର୍ଜୁନ ଓ ତାଙ୍କର ସହଯୋଗୀ ମାନେ ବାନାମ୍ବରକୁ ମାଡି ମାରି ବେକରେ ଗାମୁଛା ପକାଇ ଏକ ବଗିଚା ମଧ୍ୟକୁ ଆଣି ମାଡ ମାରୁଥିଲେ  । ମାତ୍ର ଘଟଣା ଘଟିବା ମାତ୍ରେ କେହି ଜଣେ ଡେଲାଙ୍ଗ ପୋଲିସକୁ ଫୋନ ଯୋଗେ ଖବର ଓ ଭଡିଓ ପଠାଇଥିଲେ  । ଏହାକୁ ନଜର କରି ଥାନା ଆଇଆଇସି ଅଶିତ ରଞ୍ଜନ ମହାନ୍ତି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି  ବାନାମ୍ବରଙ୍କୁ ରକ୍ଷା କରିବା ସହ ଅର୍ଜୁନଙ୍କୁ ଗିରଫ କରିଛନ୍ତି । ୨୯/୧୯ରେ ଏକ କେସ ରୁଜ କରି ତଦନ୍ତ ଜାରି ରଖିଥବା ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts