Breaking News

ସିନେଧକେଲା ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ଦିବସ

ବଙ୍ଗୋମୁଣ୍ଡା-----ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲା ପଲ୍ଳୀଶ୍ରୀ ଉଚ୍ଚ ବିଦ୍ୟାଲୟ ଖେଳପଡିଆ ଠାରେ ୫ ତମ ସିନେ୍ଧକେଲା  ଧନୁଯାତ୍ରା ମହୋତ୍ସବ  ଅନୁଷ୍ଠିତ  ହୋଇଯାଇଛି । ଗୋପପୁର ତେଲସରାଇ ଗ୍ରାମ ହୋଇଥିବା ବେଲେ ମଥୁରାନଗର ସିନେ୍ଧକେଲା ପାଲଟିଛି । ଶନିବାର ଥିଲା ଧନୁଯାତ୍ରାର ପଞ୍ଚମ ଦିବସ  । ରାଜକୀୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା,ଅଲଣ୍ଡା ସରପଞ୍ଚ ଅର୍ଜୁନ ୟାଦବ,ଅର୍ଶାତୁଲା ପଞ୍ଚାୟତ ସରପଞ୍ଚ  ହେମଲତା ବେହେରା,ପୂର୍ବତନ ସିନେ୍ଧକେଲା ସମିତି ସଭ୍ୟ ବିଶ୍ୱମ୍ଭର ସାହୁ, ବିଜେଡିି ନେତା ଉମାକାନ୍ତ ସାହୁ,ସିନେ୍ଧକେଲା ଅଗ୍ରୱାଲ ସମାଜ ର ପୂର୍ବତନ ସଭାପତି ଫୁଲଚନ୍ଦ ଜୈନ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପଞ୍ଚମ ଦିବସରେ ଗୋପପୁର ରେ କାଳିଆ ଦଳନ,ନାବକେଳି ଆଦି ଦୃଶ୍ୟ କଳାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ସଂପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିଥିଲେ । ଆୟୋଜକ କମିଟି ର ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ,ସାଧାରଣ ସମ୍ପାଦକ ଅନୀଲ ନାଏକ,ସନ୍ତୋଷ ରଣା,ଓମପ୍ରକାଶ ସାହୁ,ବିଶ୍ୱମ୍ଭର ସାହୁ,ଦିନେଶ ବଚ୍ଛା,ରିକୁ ଛୁରା,ସଞ୍ଜୟ ସିଂଦେଓ,ଜଗନ୍ନାଥ ବେହେରା,ରାଜକିଶୋର ସାହୁ ଙ୍କ ସମେତ କମିଟି ର ସମସ୍ତ କର୍ମକର୍ତ୍ତା,ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ  ।
 ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ


Blog Archive

Popular Posts