ଓଡିଆ ସିନେମା “ ଚାଲେଞ୍ଜ”ର ଶୁଭ ମହୁରତ
ସାକ୍ଷୀଗୋପାଳ -- ସାକ୍ଷୀଗୋପାଳ ସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ ଡିକେ ସିନେ ଆଷ୍ଟ ବ୍ୟାନର ର ଦ୍ୱିତୀୟ ଓଡିଆ ସିନେମା “ ଚାଲେଞ୍ଜ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ୧୫ ବର୍ଷ ପୂର୍ବେ ଏହି ବ୍ୟାନର ଦ୍ୱାରା ସିଡି ଫିଲିମ “ ଜୟ ମା ଦକ୍ଷୀଣକାଳୀ” ପ୍ରସ୍ତୁତ କରି ଫିଲିମ ଜଗତରେ ପାଦ ଥାପିଥିଲା । ଏହି ଚଳଚିତ୍ରରେ ନାୟକ ଭୂମିକାରେ ଆଗଧାଡିର ଚଳଚିତ୍ରର ନାୟକ ଜ୍ୟୋତି ରହିଥିବା ବେଳେ ପ୍ରଯୋଜକ ଇଂ ଦୁର୍ଗା ପ୍ରସାଦ ଷଢଙ୍ଗୀ ରହିଥିବା ବେଳେ କାହାଣୀ ସଂଳାପରେ ରବୀନ୍ଦ୍ର ନାଥ ଷଢଙ୍ଗୀ ରହିଛନ୍ତି । ନିର୍ଦ୍ଦେଶନା ଦେବେ ପ୍ରକାଶ ପ୍ରଧାନ , ସଙ୍ଗୀତ ନିର୍ଦ୍ଦେଶନା ଦେବେ କାର୍ତିକ କୁମାର । ମୁମ୍ଭାଇରେ କାମ କରୁଥିବା ଓଡିଆ ସିନେମା କଳାକାର ମାନେ ଏହି ଚଳଚିତ୍ରରେ କାମ କରିବେ ବୋଲି ଜଣାପଡିଛି । ଏହି ଚଳଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଗଠିତ । ଏହି ସିନେମାଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜକଙ୍କ ଠାରୁ ଜଣାପଡିଛି । ମାର୍ଚ୍ଚ ମାସ ଠାରୁ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି